
ଦୁବାଇ : ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ୨୮ ସେପ୍ଟେମ୍ବରରେ ଏହି ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ଏହାରି ଭିତରେ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ସବୁ ଆହତ ହୋଇଥିବା ଖବର ମିଳିଛି । ଏମାନଙ୍କ ମଧ୍ୟରେ ଅଭିଷେକ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ସାମିଲ ରହିଛନ୍ତି ।ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଛନ୍ତି । ତା’ପରେ ବୋଲିଂ କୋଚ୍ ମୋର୍ନେ ମୋର୍କେଲ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରମୁଖ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀଲଙ୍କା ଇନିଂସର ପ୍ରଥମ ଓଭର ବୋଲିଂ କରିବା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆ ଛାଡି ଦେଇଥିଲେ । ଅଭିଷେକ ଶର୍ମାଙ୍କ ହାତରେ ଯନ୍ତ୍ରଣା ହେଉଥିବା ସେ କହିଥିଲେ । ତିଲକ ବର୍ମାଙ୍କ ହେମଷ୍ଟ୍ରିଙ୍ଗ୍ ଆଘାତ ଲାଗିଥିବା ଜଣାପଡ଼ିଛି ।ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ସମୟରେ ତାଙ୍କର ଅନେକ ଖେଳାଳି କ୍ରାମ୍ପସ୍ରେ ପୀଡିତ ହୋଇଥିଲେ । କିନ୍ତୁ ଆମେ ଆଶାବାଦୀ ଯେ, ପାକିସ୍ତାନ ବିପକ୍ଷ ଫାଇନାଲ୍ ପୂର୍ବରୁ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ସୂର୍ଯ୍ୟକୁମାର କହିଛନ୍ତି ।ମୋର୍କେଲଙ୍କ ଅନୁଯାୟୀ, ଏହି ଖେଳାଳିମାନେ କ୍ରାମ୍ପସରେ ପୀଡିତ ଥିଲେ, କିନ୍ତୁ ଅଭିଷେକ ଶର୍ମା ସୁସ୍ଥ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଡାକ୍ତରୀ ଟିମର ତତ୍ତ୍ବାବଧାନ କରୁଛନ୍ତି । ସେ ମଧ୍ୟ ଫାଇନାଲ୍ ପୂର୍ବରୁ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । ପାକିସ୍ତାନ ବିପକ୍ଷ ଫାଇନାଲରେ ସମସ୍ତ ଖେଳାଳି ସୁସ୍ଥ ହୋଇ ଖେଳିବେ ବୋଲି ଆଶା କରାଯାଉଛି ।