ପୁଣି ସୁପର ସଣ୍ଡେରେ ସୁପର ସୋ, ୪୧ ବର୍ଷ ପରେ ପ୍ରଥମଥର ଏସିଆ କପ୍‌ ଫାଇନାଲ ଖେଳିବେ ଭାରତ-ପାକିସ୍ତାନ

ଦୁବାଇ : ପୁଣି ସୁପର ସଣ୍ଡେରେ ସୁପର ସୋ । ୪୧ ବର୍ଷ ପରେ ପ୍ରଥମଥର ଏସିଆ କପ୍‌ ଫାଇନାଲ ଖେଳିବେ ଭାରତ-ପାକିସ୍ତାନ । ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚ ଅପେକ୍ଷାରେ କ୍ରୀଡ଼ାପ୍ରେମୀ । ରବିବାର ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଥର ଏସିଆ କପ୍ କ୍ରିକେଟ ଫାଇନାଲ ମୁକାବିଲା ହେବ। ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ । ସୁପର-୪ ପର୍ଯ୍ୟାୟରେ ଉଭୟ ପାକିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଭାରତ ଫାଇନାଲରେ ପ୍ରବେଶ କରିଥିଲା ।ଗତକାଲି ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଦ୍ବିତୀୟ ବିଜୟ ସହ ପାକିସ୍ତାନ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନ ପ୍ରତିପକ୍ଷ ବାଂଲାଦେଶ ଆଗରେ ୧୩୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିତିଲା । ଏହି ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୯ ୱିକେଟରେ ୧୨୪ ରନ କରିପାରିଥିଲା । ଦଳ ପକ୍ଷରୁ ଶମିମ ହୋସେନ ସର୍ବାଦିକ ୩୦ ରନ୍ କରିଥିଲେ । ଆଜି ସୁପର-୪ର ଶେଷ ମୁକାବିଲା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।