
ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ସ୍ତ୍ରୀ 2 ପରେ ଏବେ ପରଦାକୁ ଆସିବାକୁ ଯାଉଛି ‘ଥାମା’ । ଏହି ଫିଲ୍ମ ଚଳିତ ଦୀପାବଳିରେ ରିଲିଜ ହେବାକୁ ଯାଉଛି । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ନିର୍ମାତା ‘ଥାମା’ର ଟ୍ରେଲର ରିଲିଜ୍ କରିଛନ୍ତି । ଦିନେଶ ଭିଜନନ ଏବଂ ମ୍ୟାଡକ୍ ଫିଲ୍ମସ୍ 26 ସେପ୍ଟେମ୍ବରରେ ମୁମ୍ବାଇର ବାନ୍ଦ୍ରା ଫୋର୍ଟ ଆମ୍ଫିଥିଏଟରରେ ‘ଥାମା’ ଟ୍ରେଲର ଲଞ୍ଚ ଇଭେଣ୍ଟ ଆୟୋଜନ କରିଥିଲେ । ଏହି ସମୟରେ ‘ସ୍ତ୍ରୀ’ ଫେମ୍ ଅଭିନେତ୍ରୀ ଶ୍ରଦ୍ଧା କପୁର, “ଥାମା”ର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଏବଂ ଆୟୁଷ୍ମାନ ଖୁରାନା ନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଟ୍ରେଲର ମୁକ୍ତିଲାଭ କରିଥିଲେ ।’ଥାମା’ ଟ୍ରେଲରରେ କ’ଣ ରହିଛି ?୨.୫୪ ମିନିଟ୍ ଲମ୍ବର ‘ଥାମା’ ଟ୍ରେଲରଟି ନୱାଜୁଦ୍ଦିନ ସିଦ୍ଦିକିଙ୍କ ଶକ୍ତିଶାଳୀ ସଂଳାପରୁ ଆରମ୍ଭ ହୁଏ, ଯେଉଁଥିରେ ସେ କୁହନ୍ତି, “ଆଜିଠାରୁ, ଆମେ ମଣିଷ ରକ୍ତ ପିଇବୁ, ଆମର ଦଳକୁ ବିସ୍ତାର କରିବୁ, ବିଶ୍ୱ ଉପରେ ରାଜତ୍ୱ କରିବୁ, ଏବଂ ମୁଁ ତୁମର ‘ଥାମା’ ହେବି । ଏହା ପରେ, କିଛି ଭୟଙ୍କର ସିନ ଦେଖିବାକୁ ମିଳିଛି । ଏହା ପରେ ଆୟୁଷ୍ମାନ ଖୁରାନା ଏବଂ ନୱାଜୁଦ୍ଦିନ ମୁହାଁମୁହିଁ ହୁଅନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଅଜଣା ଦୁନିଆରୁ ଆସିଥିବା ରଶ୍ମିକା ଏଣ୍ଟ୍ରି କରନ୍ତି ଏବଂ ସେ ଆୟୁଷ୍ମାନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସନ୍ତି ।ଏହା ପରେ ଆୟୁଷ୍ମାନ ନିଜକୁ ପରିବର୍ତ୍ତନଶୀଳ ଅନୁଭବ କରନ୍ତି, ଠିକ୍ ଭେଡିଆ ଫିଲ୍ମରେ ବରୁଣ ଧୱନଙ୍କ ପରି । ଆୟୁଷ୍ମାନ ଡ୍ରାକୁଲ ପରି ଦାନ୍ତ ବଢ଼ାଉଛନ୍ତି, ଯାହା ରଶ୍ମିକାଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ରଶ୍ମିକା ତା’ପରେ ଆୟୁଷ୍ମାନଙ୍କ ପିଠିରେ ଛୁରି ମାରିଦିଏ, କିନ୍ତୁ ଆୟୁଷ୍ମାନଙ୍କ କ୍ଷତ ତୁରନ୍ତ ଶୁଖିଯାଏ, ଯାହା ତାଙ୍କ ଭିତରେ ଏକ ଯାଦୁକରୀ ଶକ୍ତିର ଉପସ୍ଥିତିକୁ ପ୍ରକାଶ କରେ । ଫିଲ୍ମଟି ଅକ୍ଟୋବର 21 ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।