ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ : ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଲଗାତାର 15 ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଛି। ଶ୍ରୀମନ୍ଦିର ସମେତ ଆନନ୍ଦବଜାର ଓ ସ୍ନାନମଣ୍ଡପ ଉପରେ ଉଡିଲା ଡ୍ରୋନ୍। ତଳ ବାନା ପରିବର୍ତ୍ତନ ସମୟରେ ଉଡିଲା ଡ୍ରୋନ୍ । ବାନା ବନ୍ଧା ସମୟରେ ଡ୍ରୋନ୍ ଉଡିବାରୁ ସମ୍ପୃକ୍ତ ଚୁନେରା ସେବକଙ୍କ ଉପରେ ଆସୁଛି ସନ୍ଦେହ। ନୋ ଫ୍ଲାଇଁ ଜୋନ୍ ରେ କିଭଳି ବାରମ୍ବାର ଡ୍ରୋନ୍ ଉଡୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଡ୍ରୋନ୍ ଟି କେଉଁଠାରୁ ଅପରେଟ୍ ହେଉଥିଲା ତାହା ଅସ୍ପଷ୍ଟ ରହିଛି। ଏକ ସପ୍ତାହ ମଧ୍ୟରେ ବାରମ୍ବାର ଶ୍ରୀମନ୍ଦିର ଉପରେ ଉଡିଛି ଡ୍ରୋନ । କାର୍ଯ୍ୟାନୁଷ୍ଠାନ ଶୂନ୍ ଥିବାରୁ ବାରମ୍ବାର ଏଭଳି ଘଟୁଛି ବୋଲି ଅଭିଯୋଗ ହୋଇଛି