ଛତ୍ରପୁରରୁ ୨୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ୨ ଜଣଙ୍କୁ ଅଟକ

ଛତ୍ରପୁର: ଛତ୍ରପୁରରେ ବେଆଇନ ବାଣ ଜବତ । ପ୍ରାୟ ୨୦ ଲକ୍ଷ ଟଙ୍କାର ବାଣ ଜବତ । ଛତ୍ରପୁର ଥାନା ଅନ୍ତର୍ଗତ ଛତ୍ରପୁର ଏନଏସିର ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ଛତ୍ରପୁର ଥାନା ପୋଲିସ । ଏହା ସହ ୨ ଜଣଙ୍କୁ ଅଟକ ରଖିଛି । ପ୍ରଥମେ ଛତ୍ରପୁର ଏନଏସିର ସାଇ ନଗର ସ୍ଥିତ ପାର୍କ ସାହିରେ ଚଢ଼ାଉ କରିବା ପରେ ଖବର ପାଇ ଛତ୍ରପୁରର ଆଉ ୨ ଟି ସ୍ଥାନରେ ମଧ୍ୟ ପୋଲିସ ଚଢ଼ାଉ କରିଥିଲା । ୭ ଟି ଗାଡି ବାଣ ଜବତ ହୋଇଥିବା ବେଳେ ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।ଛତ୍ରପୁର ଏସଡିପିଓ , ଛତ୍ରପୁର ଥାନାଧିକାରୀ ଓ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହେଉଥିବା ବେଆଇନ କାରବାର ଓ ବେଆଇନ ବାଣ ବିକ୍ରି ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ଗଞ୍ଜାମ ଏସପି ନିର୍ଦେଶ ଦେଇଥିଲେ । ଏହି କ୍ରମରେ ଚାଲିଛି ଚଢାଉ ।