ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍, ମାଟିରେ ମିଶିଲା ଦେଶୀ ମଦ ଭାଟି

ଭୁବନେଶ୍ବର: ଭୁବନେଶ୍ବର ସାଲିଆ ସାହିରେ ମଦଭାଟି ଉପରେ ଅବକାରୀ ବିଭାଗର ରେଡ୍ । ମାଟିରେ ମିଶିଲା ଦେଶୀ ମଦ ଭାଟି । ଭୁବନେଶ୍ବର ସାଲିଆସାହି ପଣ୍ଡା ନଗରରେ ଅବକାରୀ ଟିମ୍ ର ଚଢ଼ାଉ । ଏମସି ଓ ଅବକାରୀ ମିଳିତ ରେଡ ବେଳେ ଠାବ ହେଲା ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର । ମଦଭାଟିକୁ ମାଟିରେ ମିଶାଇଲା ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ।ଗତକାଲି ଅବକାରୀ ବିଭାଗ ପକ୍ଷରୁ ରେଡ଼ କରାଯାଇ ୧୬ ହଜାର ଲିଟର ପୋଚ ସହ ୨ ହଜାର ଲିଟର ଦେଶୀ ମଦ ନଷ୍ଟ କରାଯାଇଥିଲା । ସିକ୍ରେଟ ଚାମ୍ବରରେ ଦେଶୀ ମଦ ଗଚ୍ଛିତ ହୋଇ ରହିଥିଲା । ଆଉ ଆଜି ବିଏମସି ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ମାଟିରେ ମିଶୁଛି ମାଫିଆଙ୍କ ଘର ।