ଭଞ୍ଜନଗର ଠାରେ ଆରଏସଏସ୍ ର ଶତାବ୍ଦୀ ବର୍ଷ ପାଳନ

ଭଞ୍ଜନଗର, ୨୯/୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ଉପଲକ୍ଷେ ସ୍ଵାଗତ ସମାରୋହ ଉତ୍ସବ ସ୍ଥାନୀୟ ପୁରୁଣା ଜେଲ୍ ପଡ଼ିଆ ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।ରବିବାର ସଂଘର ବହୁ ସଦସ୍ୟଙ୍କୁ ନଗର ପରିକ୍ରମା କାର୍ଯ୍ୟକ୍ରମ ହୋଇଥିଲା। ଏହା ପ୍ରଥମେ ଢିହପଢାଳ ସରସ୍ଵତୀ ଶିଶୁ ମନ୍ଦିର ଠାରୁ ଆରମ୍ଭ ହୋଇ ବ୍ଲକ ଛକ,ଭେଜିପୁଟ ବଡ଼ଦାଣ୍ଡ, ଶିବ ମନ୍ଦିର, ଚକରା ବିଷୋୟୀ ବାଇପାସ୍ ଛକ ଦେଇ ପୁଣି ଭେଜିପୁଟ, ଷ୍ଟେଟବ୍ୟାଙ୍କ ଛକ,ଖାଲାସିସାହି , ମେନରୋଡ ହୋଇ ଜେଲ୍ ପଡ଼ିଆରେ ଶେଷ ହୋଇଥିଲା। ସେଠାରେ ଅପରାହ୍ନ ସମୟରେ ଶାରୀରିକ ପ୍ରଦର୍ଶନ ସହ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଘୁମୁସର ସଂଘ ଚାଳକ ବନମାଳୀ ଗୌଡ଼,ମୁଖ୍ୟ ବକ୍ତା ଓଡ଼ିଶା ପୂର୍ବ ପ୍ରାନ୍ତ ମହାବିଦ୍ୟାଳୟ ପ୍ରମୁଖ ମନୋରଞ୍ଜନ ପ୍ରଧାନ, ଭଞ୍ଜନଗର ଖଣ୍ଡ କାର୍ଯ୍ୟ ବାହ ପ୍ରଦୀପ କୁମାର ଆଚାର୍ଯ୍ୟ ଙ୍କ ସମେତ ଆରଏସେଏସ୍ ର ବହୁ କର୍ମକର୍ତ୍ତା ଏବଂ ବିଶ୍ବହିନ୍ଦୁ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୁର୍ବ ପ୍ରାନ୍ତ ଓଡ଼ିଶାର ମୁରଲୀଧର ପଣ୍ଡାଙ୍କ ସହିତ ଭଞ୍ଜନଗର ବିଶ୍ବହିନ୍ଦୁ ପରିଷଦର ଅନ୍ୟ ସଦସ୍ୟମାନେ ଯୋଗଦାନ କରିଥିଲେ।