ଭଞ୍ଜନଗର ସାଇଗୁରୁକୁଳରେ ଆଚାର୍ଯ୍ୟ ଆଚାର୍ଯ୍ୟା କର୍ମଶାଳା

ଭଞ୍ଜନଗର: ୩୦/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସାଇଗୁରୁକୁଳ ଆବାସିକ ବିଦ୍ୟାଳୟରେ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ଏକ କର୍ମଶାଳା ଉଦ୍‌ଯାପିତ ହୋଇଛି। ଗତ ୨୭ ତାରିଖରୁ ଏହି କର୍ମଶାଳା ଆରମ୍ଭ ହୋଇଥିବା ବେଳେ ଆଜି ତାହା ଉଦ୍‌ଯାପିତ ହୋଇଛି। ଆୟୋଜିତ କର୍ମଶାଳାରେ ଆଖପାଖର ୯ ଟି ବିଦ୍ୟାଳୟର ୮୦ ଜଣ ଜଣ ଗୁରୁମା, ଗୁରୁଜୀ ଯୋଗ ଦେଇଥିଲେ। ନୂତନ ଶିକ୍ଷା ନୀତିକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ପାରମ୍ପରିକ ଶିକ୍ଷା ଓ ଆଧ୍ୟାତ୍ମିକ ଶିକ୍ଷା ଜଣେ ଛାତ୍ର ଜୀବନରେ କିଭଳି ମହତ୍ତ୍ବ ରଖେ ଏବଂ ପରମ୍ପରିକ ଶିକ୍ଷା ଗ୍ରହଣ ଦ୍ବାରା ଭବିଷ୍ୟତ ସୁଦୃଢ ହେବା ତଥା ରୋଜଗାର ପାଇଁ ବାଟ ଦେଖାଉଥିବା ବେଳେ ଆଧ୍ୟାତ୍ମିକ ବିଦ୍ୟା ଉତ୍ତମ ଜୀବନର ରାସ୍ତା ଦେଖାଇଥାଏ ବୋଲି ଅତିଥି ଭାବେ ଯୋଗଦେଇ ଶ୍ରୀସତ୍ୟସାଇ ରାଜ୍ୟ ସଙ୍ଗଠନର ଶିକ୍ଷାବିତ ପ୍ରଫେସର ଅମୀୟ ରଞ୍ଜନ କାନୁନଗୋ, ହରିହର ପାଢ଼ୀ, ପ୍ରଶିକ୍ଷକ ପୂର୍ଣଚନ୍ଦ୍ର ମହାନ୍ତି, ରେଣୁପ୍ରଭା ଦାସ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ସମସ୍ତ ଗୁରୁମା ଗୁରୁଜୀ ସାମିଲ ହୋଇଥିଲେ।