
ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର କ୍ରିସ ୱକ୍ସ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ୩୬ ବର୍ଷୀୟ ୱକ୍ସ ଭାରତ ବନାମ ଇଂଲଣ୍ଡ ବିପକ୍ଷ ସିରିଜରେ ଆହତ ହୋଇଥିଲେ । ଏହାସତ୍ତ୍ବେ ମଧ୍ୟ ବ୍ୟାଟିଂ ପାଇଁ ମଇଦାନକୁ ଆସିଥିଲେ ।ଗତ ମାସରେ ହୋଇଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ୱକ୍ସ ଫିଲ୍ଡିଂ କରୁଥିବା ସମୟରେ ଗୁରୁତର ଆହତ ହୋଇଥିଲେ । ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲା । ତଥାପି ମ୍ୟାଚରେ ତାଙ୍କ ଆବଶ୍ୟକତା ପଡିବା ଯୋଗୁଁ ଭଙ୍ଗା ହାତରେ ମଧ୍ୟ ବ୍ୟାଟିଂ କରିବାକୁ ଆସିଥିଲେ ।ସୋସିଆଲ ମିଡିଆରେ ଓକ୍ସ ଲେଖିଛନ୍ତି, ସେହି ସମୟ ଆସିଯାଇଛି, ଆଉ ମୁଁ ନିଶ୍ଚିତ କରିନେଇଛି କି, ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ସମୟ ଆସିଛି । ଇଂଲଣ୍ଡ ପାଇଁ ଖେଳିବା ମୋ ପିଲା ବେଳର ସ୍ବପ୍ନ । ମୁଁ ବହୁତ ଭାଗ୍ୟଶାଳୀ ସୁଯୋଗ ପାଇଲି । ଇଂଲଣ୍ଡକୁ ପ୍ରତିନିଧିତ୍ବ କରିବା, ଗତ ୧୫ ବର୍ଷ ମଧ୍ୟରେ ନିଜ ସାଥି ଖେଳାଳିଙ୍କ ସହିତ ଖେଳିବ, ଜୀବନସାରା ପାଇଁ ସାଙ୍ଗ କରିବା, ଏହାସବୁ ମୋ ପାଇଁ ଗର୍ବର ବିଷୟ ।କ୍ରିସ ୱକ୍ସ ୨୦୧୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିଲେ । ୱକ୍ସ ପାଖାପାଖି ୧୫ ବର୍ଷ ଯାଏଁ ଇଂଲଣ୍ଡ ଟିମରୁ ଖେଳିଛନ୍ତି । ସେ ୬୨ଟି ଟେଷ୍ଟରେ ୧୯୨ ୱିକେଟ ନେଇଥିବା ବେଳେ ୨୦୩୪ ରନ୍(୧ ଶତକ, ୭ ଅର୍ଦ୍ଧଶତକ) କରିଛନ୍ତି । ୧୨୨ଟି ଦିନିକିଆରେ ୧୭୩ ୱିକେଟ ନେଇଛନ୍ତି । ସେହିପରି ୩୩ଟି ଟି-୨୦ ମ୍ୟାଚ ଖେଳିଛନ୍ତି