
କଟକ: ପୂଜା ମଣ୍ଡପରେ ଅପରେସନ ସିନ୍ଦୂର ବାର୍ତ୍ତା । ଯୁଦ୍ଧ କ୍ଷେତ୍ର ସାଜିଛି ମା‘ଙ୍କ ମଣ୍ଡପ। ଅପରେସନ ସିନ୍ଦୂର ଥିମରେ ସଜ୍ଜିତ କଟକ ହରିପୁର ଦୋଳମୁଣ୍ଡାଇ ଦୁର୍ଗା ପୂଜା ମଣ୍ଡପ । ମଣ୍ଡପରେ ମହାଷ୍ଟମୀ ପୂଜା ପାଇଁ ମହିଳା ମାନେ ଶଙ୍ଖା, ଶାଢି, ସିନ୍ଦୁର ଓ ବ୍ରତ ନେଇ ମାଆଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶିଷ ଲାଭ କରୁଛନ୍ତି ।