
ଏସିଆ କପ୍ ବିଜେତା ହେବା ପରେ ମୋହସିନ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲା ଟିମ୍ ଇଣ୍ଡିଆ । ଏହା ପରେ ଟ୍ରଫିକୁ ନେଇ ନିଜ ହୋଟେଲ ରୁମକୁ ଚାଲି ଯାଇଥିଲେ ଏସିସି ଅଧ୍ୟକ୍ଷ ନକଭି ।ଯାହାକୁ ନେଇ ଅନେକ ସମାଲୋଚନା ହୋଇଥିଲା । ଏବେ ଏହି ଟ୍ରଫି ଭାରତକୁ ଫେରାଇବାକୁ ରାଜି ଅଛନ୍ତି ନକଭି । କିନ୍ତୁ ରଖିଛନ୍ତି ବଡ଼ ସର୍ତ୍ତ । କହିଛନ୍ତି, ଟ୍ରଫି ଫେରାଇବା ପାଇଁ ଏକ ସମାରୋହର ଆୟୋଜନ କରିବାକୁ ପଡିବ ।ଏହି ସମାରୋହରେ ଟିମ୍ ଇଣ୍ଡିଆକୁ ଟ୍ରଫି ଏବଂ ମେଡାଲ ସେ ନିଜ ହାତରେ ଦେବେ । ସେପଟେ ଘଟଣା ନେଇ ଆସିସିରେ ଅଭିଯୋଗ କରିପାରେ ବିସିସିଆଇ । ବିସିସିଆଇ ସଚିବ ଦେବଜିତ ସୌକିଆ କହିଛନ୍ତି, ଆମେ ଟ୍ରଫି ନକଭିଙ୍କ ହାତରୁ ନେବାକୁ ମନା କରିଥିଲୁ ।କିନ୍ତୁ ସେ ଏହାର ଅର୍ଥ ନୁହେଁ ସେ ଟ୍ରଫି ନେଇ ଚାଲିଯିବେ । ନଭେମ୍ବରରେ ଦୁବାଇରେ ହେବାକୁ ଥିବା ଏସିସି ସମ୍ମିଳନୀରେ ନକଭିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିବେ ବୋଲି କହିଛନ୍ତି ଦେବଜିତ ।