
ବିହାର ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କଲେ ଭାରତୀୟ ନିର୍ବାଚନ ଆୟୋଗ -ECI । SIR ବିବାଦ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଛି। ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହା ପୂର୍ବରୁ ଭୋଟର ତାଲିକା ପ୍ରକାଶିତ କରାଯାଇଛି। ନାଗରିକମାନେ ECI ୱେବସାଇଟ୍ କୁ ଯାଇ ନିଜର ପରିଚୟ ପତ୍ର ପାଇପାରିବେ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି।ଜାରି ହୋଇଥିବା ଭୋଟର ତାଲିକା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ତେବେ ପ୍ରକାଶିତ ଭୋଟର ତାଲିକାରେ ବିହାରରେ ୭କୋଟି ୨୪ ଲକ୍ଷରୁ ଅଧିକ ମତଦାତା ଅଛନ୍ତି। SIR ସମୟରେ ୩୬ ହଜାର ୪୭୫ ଜଣ ମତଦାତାଙ୍କ ନାମ ଯୋଡ଼ିବା ପାଇଁ ଦାବି ଦାଖଲ କରାଯାଇଥିଲା। ଏବେ ପ୍ରକାଶିତ ଭୋଟର ତାଲିକାରେ ମୋଟ ସଂଖ୍ୟାର ସୂଚନା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ ବୋଲି କୁହାଯାଇଛି ।