
ଭଞ୍ଜନଗର ୦୨/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ସ୍ଥାନୀୟ ଶାନ୍ତିସ୍ରୋତ ଭବନ ଠାରେ ତ୍ରିଦିବସିୟା ଚୈତନ୍ୟ ଦେବୀ ମଣ୍ଡପର ଭବ୍ୟ ଆୟୋଜନ କରାଯାଇଥିଲା | ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼କ୍ଟର ଦୀପକ କୁମାର ମିଶ୍ର, ପୌର ପରିଷଦ ପୌରାଧକ୍ଷ ଗୋପବନ୍ଧୁ ମହାପାତ୍ର ଗତ ୩୦ ତାରିଖ ସନ୍ଧ୍ୟାରେ ଉପସ୍ଥିତ ରହି ନିଜ କରକମଳରେ ଚୈତନ୍ୟ ଦେଵୀ ମଣ୍ଡପର ଶୁଭ ଉଦ୍ଘାଟନ କରିଥିଲେ | ଶାନ୍ତିସ୍ରୋତ ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମ|କୁମାରୀ ସନ୍ତୋଷିନୀ ଭଉଣୀଙ୍କ ସହିତ ଅତିଥିମାନେ ଦେବୀମାନଙ୍କ ସମୁଖରେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ |ଦ୍ଵିତୀୟ ଦିବସରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ, କାରାଗାର ପରିଚାଳକ ଶ୍ରୀଯୁକ୍ତ ମାନସ ରଞ୍ଜନ ସାମନ୍ତ, କେ.ଏସ. ୟୁ.ବି. କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସାର ଯୋଗ ଦେଇ ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଏବଂ ବ୍ରହ୍ମା କୁମାର ଅକ୍ଷୟ ଭାଇଙ୍କ ସହ ଚୈତନ୍ୟ ଦେବୀ ମଣ୍ଡପ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ବିଜୟା ଦଶମୀ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ |ସନ୍ତୋଷିନୀ ଭଉଣୀ ବିଜୟା ଦଶମୀ ର ଆଧ୍ୟାତ୍ମିକ ରହସ୍ୟ -“ଆସୁରୀ ଶକ୍ତି ଉପରେ ଦୈବୀ ଶକ୍ତି ର ବିଜୟ ର ପ୍ରତୀକ ” ବୋଲି ବର୍ଣନା କରିଥିଲେ | କୁନି କଳାକାରମାନେ ମା’ଙ୍କ ଉଦ୍ଦେଶ୍ୟରେ ଅତି ସୁନ୍ଦର ନୃତ୍ୟ ପରିବେଷଣ କରିବା ସହ ନାଟକ ମାଧ୍ୟମରେ ଈଶ୍ୱରୀୟ ସନ୍ଦେଶ ପ୍ରଦାନ କରିଥିଲେ | ଶତାଧିକ ଭକ୍ତ ଦେବୀଙ୍କ ଦର୍ଶନ କରିଥିଲେ | ବିଶିଷ୍ଠ ସମାଜସେବୀ ଶୂଳପାଣି ଶତପଥୀ ତଥା ବ୍ରହ୍ମା କୁମାର ଭାଇ ଓ ଭଉଣୀ ମାନେ
କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |