
ଭଞ୍ଜନଗର :୦୩/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ରାଜ୍ୟ ସରକାର ଙ୍କ ସଡ଼କ ପରିବହନ ଯୋଜନା ରେ ରାଜ୍ୟର ବିଭିନ୍ନ ଜିଲ୍ଲା କୁ ଯାଉଥିବା ଯାତ୍ରୀବାହି ବସ ଗୁଡିକ ଆଧୁନିକୀକରଣ ହୋଇଥିବା ବେଳେ ରାଜ୍ୟ ର ସବୁଠାରୁ ଉପାନ୍ତ ବା ସୀମାନ୍ତବର୍ତ୍ତୀ ଜିଲ୍ଲା କୁ ପ୍ରତିଦିନ ଯାତ୍ରୀ ବୋହୁ ଥିବା ସରକାରୀ ବସ ଟିର ଅବସ୍ଥା ଅତି ଦୟନୀୟ ହୋଇପଡିଛି। ବସ ରେ ୪୦ଟି ସିଟ ରହିଥିବା ବେଳେ ଗୋଟିଏ ବି ସିଟ ଭଲନଥବା ଦେଖିବାକୁ ମିଳୁଛି। ଘରୋଇ ବସ ଅପେକ୍ଷା ଅଧିକ ମୂଲ୍ୟ ଦେଇ ଯାଉଥିବା ଯାତ୍ରୀ ମାନେ ଢ଼େର ଅସନ୍ତୋଷ ହେଉଥିବା ଜଣାପଡିଛି। ତେଣୁ ଲୋକମାନେ ଘରୋଇ ବସରେ ଯିବାକୁ ଦିନଦିନ ଅପେକ୍ଷା କରୁଥାନ୍ତି। ଗାଡ଼ିର ପ୍ରତ୍ୟକ ସିଟ ଫାଟି ଭିତରୁ ସ୍ପଞ୍ଚ ବାହାରିଗଲାଣି ଏବଂ ପୁଷବେକ ର କଥା ନ କହିଲେ ଭଲ। ଗୋଟିଏ ବି ସିଟ ପୁଷବେକ ବଟମ କାମାକରୁନାହିଁ। ଗାଡିଟିକୁ ଷ୍ଟାର୍ଟ କରିବାକୁ ହେଲେ ଜଣେ ହେଲ୍ପର ଇଂଜିନ ଭିତରେ ପଶି ଷ୍ଟାର୍ଟ କରୁଥିବା ନଜର ମଧ୍ୟ ରହିଛି। ରହିଥବା ଝରକାରେ ସବୁ ଲକ ଭାଙ୍ଗିଯାଇଥିବା ବେଳେ ପ୍ଲାଷ୍ଟିକ ଦୌଡ଼ି ହିଁ ତାହାର ସହାଭାରସା। ପ୍ରତିଦିନ ସର୍ବ ବୃହତମ ସାଲୁର ଘାଟି କୁ ଅତିକ୍ରମ କରି ଭାୟା ଆନ୍ଧ୍ର ଏବଂ ବ୍ରହ୍ମପୁର ଦେଇ ୬୦୦ କଲୋମିଟର ରୁ ଉର୍ଦ୍ଧ ବାଟ ଗତିକରୁଥିବା ବସର ୧୫ ବର୍ଷ ପୂର୍ତ୍ତି ହୋଇଥିବା ମଧ୍ୟ ସୂଚନା ମିଳିଛି। ବର୍ତମାନ ଇଂଜିନ ଖୋଲି ଗରମ ଲଗାଇଲେ ଗାଡି ଷ୍ଟାର୍ଟ ହେଉଛି। ବର୍ଷା ହେଲେ ଗାଡି ଭିତରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଠି ହେଉଛି।ଏଇଠି ରାଜ୍ୟସରକାର ଜନସାଧାରଣ ଙ୍କ ଜୀବନ ମରଣ ସହ ଖେଳୁଛନ୍ତି ବୋଲି ଯାତ୍ରୀମାନେ ପରିପ୍ରକାଶ କରିଛନ୍ତି। ବସ କତୃପକ୍ଷ ଙ୍କ କହିବା ମୁତାବକ ବିଭିନ୍ନ ସ୍ଥାନରେ ଅନେକ ଜନପ୍ରତିନିଧି ଙ୍କୁ କହିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ନେଇ ଭଞ୍ଜନଗର ବିଭାଗୀୟ ଅଧିକାରୀ ଙ୍କୁ ସାମ୍ବାଦିକ ପ୍ରତିନିଧି ପଚାରିବାରୁ ତାଙ୍କ ପାଖରେ କୌଣସି ସୂଚନା ନଥିବା ସେ କହିଛନ୍ତି। ନିଶ୍ଚିତ ଭାବରେ ଗାଡିଟିର ମରାମତି କରାଯିବ ବୋଲିମଧ୍ୟ ସେ କହିଛନ୍ତି।ଜନତା ଙ୍କ ଜୀବନ ମରଣ ସହ ନ ଖେଳି ଏକ ନୂତନ ବସ ଭଞ୍ଜନଗର ରୁ ଉପାନ୍ତ ଇଲାକା ମାଲକାନଗିରି କୁ ଯାତ୍ରୀ ପରିବହନ ପାଇଁ ପ୍ରଦାନ କରନ୍ତୁ ବୋଲି ସାଧାରଣ ରେ ଦାବି ହୋଇଛି।
