
ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର ଆଉ ସୋସିଆଲ ମିଡିଆରେ କଲେ ଅପିଲ୍ । କହିଲେ ଭୋକାଲ୍ ଫର୍ ଲୋକାଲ୍ ହୁଅନ୍ତୁ, ସ୍ଵଦେଶୀ ଜିନିଷ ବ୍ୟବହାର କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ବାନ ଗ୍ରହଣ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ସୋସିଆଲ୍ ମିଡିଆ ଏକ୍ସରେ ଅପିଲ୍ କରିଛନ୍ତି । ନିଜେ ବୟନିକା ବସ୍ତ୍ର ପିନ୍ଧିବା ସହିତ ତାଙ୍କ ଧର୍ମପତ୍ନୀଙ୍କୁ ମଧ୍ୟ ବୁଲି ଦେଖାଉଛନ୍ତି ।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ସ୍ୱାବଲମ୍ବୀ ଓ ସ୍ୱଦେଶୀ ବ୍ୟବହାରକୁ ସ୍ମରଣ କରି ବୟନିକାରୁ ହସ୍ତତନ୍ତ ବସ୍ତ୍ର କିଣିଲି। ସ୍ୱଦେଶୀ ଆନ୍ଦୋଳନରୁ ପ୍ରେରଣା ନେଇ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆହ୍ୱାନ। ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ସମର୍ଥନ କରିବାକୁ ଆଗେଇ ଆସନ୍ତୁ। ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସ୍ୱଦେଶୀ ବ୍ୟବହାରକୁ ସମର୍ଥନ କରି ଓଡ଼ିଶାକୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଆହୁରି ମଧ୍ୟ ସୋସିଆଲ ମିଡିଆରେ ଏଜ ଭିଡିଓ ପୋଷ୍ଟ କରି କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରୁ ଆମେ ସେବା ସପ୍ତାହ ପାଳନ କରିଆସୁଛୁ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଙ୍କ ନେତୃତ୍ୱରେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ସାଜିଥିବା ଭାରତ ଏବେ ବିକଶିତ ଭାରତ ଆଡ଼କୁ ଅଗ୍ରସର ହେଉଛି । ଏହି ସମୟରେ ଆମ ରାଜ୍ୟ ଓଡ଼ିଶା ମଧ୍ୟ ୨୦୩୬ ସୁଦ୍ଧା ସମୃଦ୍ଧ ରାଜ୍ୟରେ ପରିଣତ ହେବା ପାଇଁ ସଂକଳ୍ପବଦ୍ଧ ।ଆମକୁ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆତ୍ମନିର୍ଭର ହେବା ପାଇଁ ପଡିବ କାରଣ ସ୍ୱାବଲମ୍ବୀ ହେଲେ ହିଁ ଆମେ ଦେଶ ତଥା ଆମ ରାଜ୍ୟର ବିକାଶର ଜୟଯାତ୍ରାରେ ନିଜକୁ ସାମିଲ କରିପାରିବା । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ସାଜିଥିବା ଭାରତ ଏବେ ବିକଶିତ ଭାରତ ଆଡ଼କୁ ଅଗ୍ରସର ହେଉଛି । ଏହି ସମୟରେ ଆମ ରାଜ୍ୟ ଓଡ଼ିଶା ମଧ୍ୟ ୨୦୩୬ ସୁଦ୍ଧା ସମୃଦ୍ଧ ରାଜ୍ୟରେ ପରିଣତ ହେବା ପାଇଁ ସଂକଳ୍ପବଦ୍ଧ । ଆମକୁ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆତ୍ମନିର୍ଭର ହେବା ପାଇଁ ପଡିବ କାରଣ ସ୍ୱାବଲମ୍ବୀ ହେଲେ ହିଁ ଆମେ ଦେଶ ତଥା ଆମ ରାଜ୍ୟର ବିକାଶର ଜୟଯାତ୍ରାରେ ନିଜକୁ ସାମିଲ କରିପାରିବା ।