ଟେଷ୍ଟ ପରେ ଦିନିକିଆ ଅଧିନାୟକ ହେଲେ ଶୁବମନ ଗିଲ୍, ଟିମକୁ ଫେରିଲେ ବିରାଟ ଓ ରୋହିତ

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । ବିସିସିଆଇ ଦିନିକିଆ ପାଇଁ ଶୁବମନ ଗିଲଙ୍କୁ ଦାୟିତ୍ବ ଦେଇଛି । ସେହିପରି ଶ୍ରେୟସ ଆୟରଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ବିସିସିଆଇ ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ ପାଇଁ ଟିମ୍ ଘୋଷଣା କରିଛି ।ବିସିସିଆଇ ଆଜି ଅଷ୍ଟ୍ରେଲିଆ ବିପକ୍ଷ ଟିମ୍ ଘୋଷଣା କରିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲା । ଏହି ବୈଠକ ପରେ ଶୁବମନ ଗିଲଙ୍କୁ ଟିମର ଅଧିନାୟକ ଦାୟିତ୍ବ ମିଳିଛି । ବିସିସିଆଇ ଟିମ ଚୟନ ମିଟିଂ ପରେ ହୋଇଛି । ଟେଷ୍ଟ ପରେ ଦିନିକିଆରୁ ମଧ୍ୟ ରୋହିତ ଶର୍ମା ଅଧିନାୟକ ପଦ ହରାଇଛନ୍ତି । ସେହିପରି ଟିମକୁ ଫେରିଛନ୍ତି ବିରାଟ ଓ ରୋହିତଙ୍କ ଯୋଡି । ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ ।ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ : ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ(ଅଧିନାୟକ), ଶ୍ରେୟସ ଆୟର (ଉପଅଧିନାୟକ), ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଧ୍ରୁବ ଜୁରେଲ ଏବଂ ଯଶସ୍ବୀ ଜୟସୱାଲ ।ଟି୨୦ ସିରିଜ ପାଇଁ ଟିମ୍ ; ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ୍ (ଉପଅଧିନାୟକ), ତିଳକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ କିପର), ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ, ରିଙ୍କୁ ସିଂ, ୱାଂଶିଟନ ସୁନ୍ଦର ।