ରାଜକୀୟ ବେଶରେ ନଜର ଆସିଲେ କଙ୍ଗନା, ସମସ୍ତଙ୍କୁ ଦେଲେ ଏହି ବାର୍ତ୍ତା…

ବଲିଉଡ୍ ର ଜଣେ ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି କଙ୍ଗନା ରଣାୱତ । ବହୁତ ଦିନ ପରେ ଗତକାଲି ତାଙ୍କୁ ଅଳଙ୍କାର ପିନ୍ଧିଥିବା ସହ ଏକ ବ୍ରାଇଡଲ ଲୁକ୍ ରେ ନଜର ଆସିଥିଲେ । ଦର୍ଶକ ଓ ପ୍ରଶଂସକ କଙ୍ଗନାଙ୍କୁ ଦେଖିଥିଲେ । ଏହି ଆକର୍ଶଣୀୟ ବେଶରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ । ତାଙ୍କୁ ଏକ ରାମ୍ପ ୱାକ୍ ରେ ଦେଖିବାକୁ ମିଳିଥିଲା । ତେବେ କଙ୍ଗନାଙ୍କ ଏହି ରାମ୍ପରେ ଚାଲୁଥିବାର ଦେଖି ତାଙ୍କ ପ୍ରଶଂସକ ମାନେ ଫିଲ୍ମ ଫ୍ୟାଶନରେ ତାଙ୍କୁ ଦେଖିବା ଭଳି ପୁରୁଣା ସ୍ମୃତି ତାଜା ହୋଇଯାଇଥିଲା । ତେବେ କଙ୍ଗନା ଡିଜାଇନର ରାହୁଲ୍ ଙ୍କ ନୂଆ ବ୍ରାଇଡଲ ଅଳଙ୍କାର ସହ ସେ ସମସ୍ତଙ୍କ ଠାରୁ ଭିନ୍ନ ଦେଖାଯାଉଥିଲେ । ସେ ଅତି ସୁନ୍ଦର ଦେଖାଯାଉଥିଲେ ।ରାମ୍ପରେ ଚାଲିବା ପରେ ରଙ୍ଗନା ଏକ ଗଣ ମାଧ୍ୟମକୁ କହିଥିଲ । ମୋର ନିଜ ସାଙ୍ଗ ଏବଂ ସବୁ ଯୁବପିଢୀ ମାନଙ୍କୁ ମୋର ଅନୁରୋଧ ଏବେ ଆମେ ସମସ୍ତେ ଆତ୍ମ ନିର୍ଭରଶୀଳ ଭାରତ ଆଡକୁ ଆମେ ବଢ଼ିବା ଉଚିତ । ଏହା ସହ ଆମେ ଆମ ଲୋକଙ୍କୁ ଆମ ସଂସୃତିକୁ କିପରି ଆଗକୁ ବଢିବାକୁ ଦେବା ପାଇଁ ଚେଷ୍ଟା କରିବା । ଗତକାଲି ମୁଁ ଖଦିର ଶାଢୀ ପିନ୍ଧିବାକୁ ଚେଷ୍ଟା କଲି । ଆପଣମାନେ ମଧ୍ୟ ଖଦି ଶାଢୀ ପିନ୍ଧିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି କଙ୍ଗନା । ଏହି ଶାଢୀ ୧୫୦୦ ଟଙ୍କାର ଥିଲା । ଆଉ ଏହି ଶାଢୀ ପିନ୍ଧି ମୁଁ ବହୁତ ଖୁସି ହେବା ସହ ଭଲ ଅନୁଭବ କରିଥିଲି ।ଏହି କପଡା ଜୌବିକ ପରିବେଶ ସହ ଅନୁକୂଳ । ଜେନେରେସନ ଜି ପର୍ଯାବରଣଙ୍କ ପାଇଁ ବହୁତ ଦରକାରୀ ଅଟନ୍ତି । ମୁଁ ତାଙ୍କୁ ଅନୁରୋଧ କରୁଛି କି ସେ ନିଜ ଘରୋଇ ସଂସ୍ଥାକୁ ଆଗକୁ ବଢାଇବାକୁ ଚେଷ୍ଟା କରିବେ । ରାମ୍ପ ୱାକରେ କଙ୍ଗନା ସୁନା ଓ ମୋତିରେ ତିଆରି ହୋଇଥିବା ଅଳଙ୍କାର ପିନ୍ଧିଥିଲେ । ଏହି ଲୁକରେ ସେ ଖୁବ ରାଜକୀୟ ଦେଖା ଯାଉଥିଲେ । ଅଳଙ୍କାର ଡିଜାଇନର ମଧ୍ୟ କଙ୍ଗନାଙ୍କ ବନ୍ଧୁ । ତାଙ୍କ କଥାରେ ସେ ରାମ୍ପ ୱାକରେ ଚାଲିଥିଲେ । ରାମ୍ପରେ ଚାଲୁଥିବା ସମୟରେ କଙ୍ଗନା ଖୁବ୍ ଖୁସିଥିଲେ ।