
ଭଂଜନଗର ୦୬/୧୦:( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ ଗଜ ଲକ୍ଷ୍ମୀ। ଗାଁ ଠୁ ସହର ଚାରିଆଡ଼େ ଉତ୍ସବ ମୁଖର ହୋଇପଡିଛି। ମାଆ ଗଜଲକ୍ଷ୍ମୀ ପୂଜା କମିଟି, ମୁଜାଗଡ ଦ୍ଵାରା ୫ମ ଥର ପାଈଁ ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଛି । ତେଣୁ ଆଜି ଗ୍ରାମ କମିଟି ତରଫରୁ କଳସ ଯାତ୍ରା ଆୟୋଜନ କରାଯାଇଥିଲା। ଗ୍ରାମର ୫୧ଜଣ ମହିଳା ସହ କମିଟି କର୍ତ୍ତା ବୃନ୍ଦ କଳସ ଯାତ୍ରା ରେ ସାମିଲ ହୋଇଥିଲେ। ଏହି ପୁଜା ଆଗାମୀ ୬ଦିନ ଧରି ଚାଲୁ ରହିବ। ମାଙ୍କ ବିଦାୟରେ ଆକର୍ଷଣୀୟ ପଟୁଆର ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଗ୍ରାମରେ ତୁମ୍ଭେଶ୍ୱର୍ କ୍ଳବ୍ ଓ ମଙ୍ଗଳ ମୂର୍ତ୍ତି ୟୁଥ୍ କ୍ଳବ୍ ସହଯୋଗ କରୁଛନ୍ତି।