ଦୁର୍ଘଟଣାରେ ଆହତ ହେଲେ ଅଭିନେତା ବିଜୟ ଦେବରକୋଣ୍ଡା, ଭାଙ୍ଗିଲା କାର୍

ଗତକାଲି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସାଉଥ୍ ଫିଲ୍ମ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ କାର ଦୁର୍ଘଟଣାର ଶିକାର ହୋଇଛି । ସେ ହାଇଦ୍ରାବାଦ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ତାଙ୍କ କାରକୁ ଏକ ସ୍ପିଡ୍ ଚାଲୁଥିବା କାର ପଛରୁ ଧକ୍କା ଦେଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦେବରକୋଣ୍ଡା ।‘ଅର୍ଜୁନ ରେଡ୍ଡୀ’ ଫିଲ୍ମର ଅଭିନେତା ବିଜୟ ଦେବରକୋଣ୍ଡାଙ୍କ କାର ଦୁର୍ଘଟଣାର ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଦୁର୍ଘଟଣାଗ୍ରସ୍ତ କାରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ପ୍ରଶଂସକମାନଙ୍କୁ ତାଙ୍କ ଅବସ୍ଥା ବିଷୟରେ ଜାଣିବା ପାଇଁ ଇଚ୍ଛା ବଢ଼ିଯାଇଛି । ଅଭିନେତା ବିଜୟ ଶେଷରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି, ଯାହା ଯନ୍ତ୍ରଣା ଦେଉଛି ।ଏଥିସହ ସେ ଇନଷ୍ଟାଗ୍ରାମରେ ମଧ୍ୟ ଲେଖିଛନ୍ତି ଯେ, ‘ସବୁ ଠିକ୍ ଅଛି’ କହିବା ସହ ରେଡ୍ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି । ଏକ କାର ଧକ୍କା ଦେଇଥିଲା, କିନ୍ତୁ ଆମେ ସମସ୍ତେ ଭଲ ଅଛୁ । ମୁଁ ଷ୍ଟ୍ରେନ୍ଥ ୱାର୍କଆଉଟ୍ ମଧ୍ୟ କରିଥିଲି ବର୍ତ୍ତମାନ୍ ଘରେ ପହଞ୍ଚିଲି । ମୋର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା କିନ୍ତୁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ତେଣୁ ଆପଣ ସମସ୍ତଙ୍କୁ ଢ଼େରସାରା ଭଲପାଇବା ।କିଂଡମ୍’ ଅଭିନେତା ତାଙ୍କ ପରିବାର ସହିତ ପୁଟ୍ଟାପର୍ଥିର ପ୍ରଶାନ୍ତି ନିଲୟମ ଆଶ୍ରମରେ ଶ୍ରୀ ସତ୍ୟ ସାଇ ବାବାଙ୍କ ମହାସମାଧି ଦର୍ଶନ କରିବାକୁ ଯାଇଥିଲେ । ତେଲେଙ୍ଗାନାର ଜୋଗୁଲାମ୍ବା ଗଡୱାଲ ଜିଲ୍ଲାର ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥରେ ହାଇଦ୍ରାବାଦ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଦେବରକୋଣ୍ଡାର ଲେକ୍ସସକୁ ପଛରୁ ଅନ୍ୟ ଏକ କାର ଧକ୍କା ଦେଇଥିଲା, ଯାହା ଦୁର୍ଘଟଣା ପରେ ମଧ୍ୟ ଅଟକି ନଥିଲା । ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି ତେଲୁଗୁ ଷ୍ଟାର ‘ଅର୍ଜୁନ ରେଡ୍ଡୀ’ ।