
ଆଠଗଡ଼ : ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ଅଧୀନସ୍ଥ କପୁରସିଂ ନିକଟରୁ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଆଠଶହରୁ ଉର୍ଦ୍ଧ୍ବ ବାଦୁଡି ଜବତ କରାଯାଇଛି । ଶିକାରୀ ମୃତ ବାଦୁଡ଼ିକୁ ଏକ ଜରି ବସ୍ତାରେ ନେଉଥିବା ବେଳେ ମାଡ଼ି ବସିଲା ଖୁଣ୍ଟୁଣୀ ବନ ବିଭାଗ । 11 ଜଣ ଯୁବକଙ୍କୁ ଅଟକ ରଖି ଖୁଣ୍ଟୁଣୀ ବନ ବିଭାଗ ପକ୍ଷରୁ ପଚରା ଉଚରା ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଏହା ରାଜ୍ୟ ବାହାରକୁ ଚାଲାଣ ନେଇ ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଇଛି । ସମସ୍ତ ଅଟକ ଯୁବକଙ୍କ ଘର ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳର ହୋଇଥିବା ଖୁଣ୍ଟୁଣୀ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।