
ଭଞ୍ଜନଗର ୧୪/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଏସଆଇ ସମୀର କୁମାର ବେହେରାଙ୍କୁ ଇନ୍ସ୍ପେକଟର ଭାବେ ପଦୋର୍ନତି ମିଳିଛି। ସ୍ୱତନ୍ତ୍ର କେନ୍ଦ୍ରୀୟ ଚୟନ ବୋର୍ଡ ଓଡିଶା ପୋଲିସ କଟକ ଦ୍ୱାରା ପ୍ରକାଶିତ ଓଡିଶା ର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସବ ଇନ୍ସ୍ପେକଟର ମାନଙ୍କୁ ଇନ୍ସ୍ପେକଟର ରୂପେ ପଦୋନ୍ନତି କରାଯାଇଛି। ମୋଟ ୪୨୭ ଜଣ ଏହି ପଦବୀ ପାଇଛନ୍ତି। ୨୦୧୯ ମସିହା ଜାନୁଆରୀ ମାସରେ ଏସଆଇ ରୂପେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଦର୍ଶ ଥାନା ରେ ଚାକିରୀ ଜୀବନ ଆରମ୍ଭ କରିଥିଵା ଶ୍ରୀ ବେହେରା ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନାରେ ଏସଆଇ ଓ ତା ପରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ବର୍ତମାନ ତାରାସିଂ ଥାନା ଏସଆଇ ରୂପେ କାର୍ଯ୍ୟ କରୁଛନ୍ତି।ଶ୍ରୀ ବେହେରା ଇନ୍ସ୍ପେକଟର ଭାବେ ପଦୋନ୍ନତି ଖବର ମିଳିବା ପରେ ତାରାସିଂ ଥାନାଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ ଓ ଥାନାର ସମସ୍ତ କର୍ମଚାରୀ ଓ ବୁଦ୍ଧିଜୀବୀ ମହଲ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ରେ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ତାଙ୍କର ବେଶ ଅଭିଜ୍ଞତା ରହିଛି। ଶ୍ରୀ ବେହେରାଙ୍କୁ ଯେଉଁ ଜାଗାରେ ଥାନାଧିକାରୀ ଭାବେ ଅଭିଶକ୍ତ କରିଲେ ସେ ସୁଚାରୁ ରୂପେ ଥାନା ଚଳାଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।