ଭଞ୍ଜନଗରରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ

ଭଞ୍ଜନଗର ୧୫/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ଏଥିରେ ସିଡିପିଓ ମିଲୀମା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ।
ବିଡିଓ ଭାରତୀ ଦେବୀ ମୁଖ୍ୟ ଅତିଥି ଏବଂ ତହସିଲଦାର ଅଭୀପ୍‌ସା ପଟ୍ଟନାୟକ, ଏବିଇଓ ଚରଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମଦନ ରଥ, କାଳଞ୍ଜି କୂଳ ସଭାପତି ବିଭୂତି ଜେନା, ଏନ୍‌ଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାଶ, ଅଧ୍ୟାପକ ହରିଶ କୁମାର, ବିଦେଶୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଷ୍ଟମ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ମେଦବହୁଳତାର କାରଣ ଓ ତାହାର ପ୍ରତିକାର, ମା’ ଓ ଶିଶୁ ଖାଦ୍ୟ ଏବଂ ଶିଶୁର ଲାଳନପାଳନରେ ପୁରୁଷଙ୍କ ସହଭାଗିତା ଉପରେ ଆଲୋଚନା ହୋଇଥିଲା। ମସଲା ଖାଦ୍ୟ, ବ୍ୟାୟାମ ନ କରିବା, ରୋଷେଇ ଖାଦ୍ୟରେ ଅତ୍ୟଧିକ ତେଲ ବ୍ୟବହାର, ଚାପ ପ୍ରମୁଖ କାରଣ ଯୋଗୁ ମେଦ ବହୁଳତା ବଢୁଛି। ଏଥିପାଇଁ ସଚେତନତା ଲୋଡ଼ା। ଏଥିସହ ସୁଷମ ଖାଦ୍ୟ ଖାଇବାକୁ ପଡ଼ିବ। ମେଦବହୁଳତା ଯୋଗୁ ଅନେକ ରୋଗ ହେଉଛି। ଲୋକେ ସଚେତନ ହେଲେ ଏହାକୁ ରୋକା ଯାଇପାରିବ। ଗର୍ଭବତୀ, ପ୍ରସୂତି ଏବଂ ଶିଶୁମାନଙ୍କ ମଧ୍ୟ ଯତ୍ନ ନେବା ଉପରେ ଆଲୋଚନା ହୋଇଥିଲା।