
ଜଗନ୍ନାଥ ପ୍ରସାଦ :୧୫/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ମୁଖ୍ୟ ବଜାର ମା’କରଞ୍ଜେଇ ବଣିକ ସଙ୍ଘ ଦ୍ୱାରା ଆୟୋଜିତ ହୋଇଥିବା ମା’ଗଜଲକ୍ଷ୍ମୀ ପୂଜାକୁ ଗତକାଲି ବିସର୍ଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବେଶ ଆକର୍ଷଣ ଥିଲା କଳାହାଣ୍ଡି ଜିଲ୍ଲାର” କଟାପା ” l ଏଥିରେ ଆଦିବାସୀ ପାରମ୍ପରିକ ବେଶବୁଷା, ଆଦିବାସୀ ତାଳରେ ତାଳ ଦେଇ ନାଚିବା ବେଶ ଆକର୍ଷଣ ରହିଥିଲା l ଏହାକୁ ଦେଖିବା ପାଇଁ ହଜାର ହଜାର ସଂକ୍ଷକ ଦର୍ଶକ ବିଭିର୍ଣ୍ଣ ଗ୍ରାମରୁ ଜଗନ୍ନାଥ ପ୍ରସାଦ ଦେଖିବାକୁ ଆସିଥିଲେ l କେଉଁଠି ‘କଟାପା’ ସହିତ ସେଲ୍ଫି ପଏଣ୍ଟ ତ ଆଉ କେଉଁଠି ଯୁବକ ମାନଙ୍କ ଗ୍ରୁପ ଫଟୋ ଉଠାଇ ମଜା ନେଇଥିଲେ l ଏପରିକି କଟାପା ସହିତ କୁନିକୁନି ଶିଶୁ ଫଟୋ ଉଠାଇ ମଜା ନେଇଥିଲେ l ପରିଶେଷରେ ଜିରାବାଡି ଗ୍ରାମର ମୃଦଙ୍ଗ, ଘଣ୍ଟ, ଗିନି ତାଳରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା l ବିଦାୟୀ ବେଳେ ଦର୍ଶକ ମାନେ ମା’ଙ୍କ ଶୃଙ୍ଖଳିତ ଦର୍ଶନ କରିବା ସହ ବିଭିର୍ଣ୍ଣ ପ୍ରକାର ନାଟ୍ୟ ବାଦ୍ୟରେ ଉଲ୍ଲସିତ ହୋଇ ନାଚିନାଚି ଉପଭୋଗ କରିଥିଲେ l ଶୃଙ୍ଖଳିତ ଦର୍ଶନ ମା’ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଆଠଦିନ ଧରି ପୂଜା ପାଇବା ପରେ ଗତକାଲି ବଣିକ ସଙ୍ଘ ସଭାପତି, ଉପସଭାପତି, ସମ୍ପାଦକ, କୋଷାଧକ୍ଷ, ଉପଦେଷ୍ଟା, କମିଟି ମେମ୍ବର ଏବଂ ଶତାଧିକ ବ୍ୟବସାୟୀଙ୍କ ସହଯୋଗରେ ମୁଖ୍ୟ ବଜାର, କଇଥସାହି, ବଡଦାଣ୍ଡ, ତନ୍ତୀକଲୋନୀ, ବ୍ଲକଛକ ବୁଲିବା ପରେ ମଠ ପୋଖରୀରେ ମାଙ୍କ ବିସର୍ଜନ କାର୍ଯ୍ୟକ୍ରମ ହୋଇଥିଲା l