ବାଲି ପଦର ଅଞ୍ଚଳରେ ବେଆଇନ ବାଣ କାରବାରରେ ୨ଗିରଫ

ବାଲିପଦର, ୧୬/୧୦. (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବୁଗୁଡା ଥାନା ଅନ୍ତର୍ଗତ ବାଲି ପଦର ଫାଣ୍ଡି ଅଞ୍ଚଳରେ ବେଆଇନ ବାଣ ଗଛିତ ରଖିଥିବା ୨ଜଣ ବ୍ୟବସାୟୀଙ୍କ ଠାରୁ ପୋଲିସ ବିପୁଳ ପରିମାଣରେ ବାଣ ଜବତ କରିବା ସହ୨ଜଣଙ୍କୁ ଗିରଫ କରିଛି।ସେ ହେଲେ ବାଲି ପଦର ମୁଖ୍ୟ ରାସ୍ତାରେ ରହୁଥିବା ପ୍ରଶାନ୍ତ ପୋଲେଇ (୪୦) ଏବଂ ଡେଙ୍ଗାପଦର ଗ୍ରାମର ଚିତ୍ରସେନ ପ୍ରଧାନ(୫୪)।ଉଭୟଙ୍କ ନାମରେ ବେଆଇନ ବାଣ ଗଛିତ ଓ ବିକ୍ରିକୁ ନେଇ ମାମଲା ରୁଜୁ କରାଯାଇଛି ବୋଲି ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡ଼ି କହିଛନ୍ତି ।