ଦୁର୍ଘଟଣା ଉଜାଡ଼ି ଦେଲା ସୁନା ସଂସାର, ବାପାର ଜୀବନ ଚାଲିଗଲା ଝିଅ ଗୁରୁତର

ଖୋର୍ଦ୍ଧା ବାଘମାରୀରୁ ଭୁବନେଶ୍ୱର ଫେରୁଥିଲେ ବାପ ଝିଅ lଭୁବନେଶ୍ବର ଜୟଦେବ ବିହାର ଓଭରବ୍ରିଜ ଉପରେ ହଠାତ ଗାଡିଟିଏ ବାପ ଝିଅଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଲା l କୁନି ଝିଅଟିର ସେହି ଖୁସି କ୍ଷଣିକରେ ଜଳି ପୋଡି ପାଉଁଶ ହୋଇଗଲା l ଠିକ୍ ସ୍କୁଟିଟି ଜଳିଲା ଭଳି । ବାପା ଝିଅ ଗୁରୁତର ହେଲେ, ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଗଲେ ଶେଷରେ ଏକ ଘରୋଇ ଡାକ୍ତରଖାନାରେ ବାପାର ଜୀବନ ଚାଲିଗଲା lମୃତକଙ୍କ ନାଁ ହେଉଛି ପର୍ଶୁରାମ ଲେଙ୍କା l ଘର ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଞ୍ଚଳ କୋଟପୋଲ ଗାଁ ରେ l ସେ ଟଙ୍କପାଣି ସାଇବାବା ମନ୍ଦିର ଅଞ୍ଚଳରେ ରୁହନ୍ତି ପରିବାର ସହ l ପର୍ଶୁରାମ ଦୀର୍ଘ ବର୍ଷ ହେଲା ଭୁବନେଶ୍ୱର ଟଙ୍କପାଣି ଚିଲି ପୋଖରୀ ଅଞ୍ଚଳରେ ଏକ ପରିବା ଦୋକାନ କରି ପରିବାର ଚଳାଉ ଥିଲେ l ପରିବାର କହିଲେ ତିନି ଝିଅ ଗୋଟିଏ ଛୋଟ ପୁଅକୁ ନେଇ ନିଜ ସଂସାର l ପର୍ଶୁରାମ ଦୁଇ ଦିନ ତଳେ ନିଜ ଗାଁକୁ ଯାଇଥିଲେ ସାନ ଝିଅକୁ ନେଇ ବୁଲିବା ପାଇଁ l ବୁଧବାର ଦିନ ଗାଁରୁ ସ୍କୁଟିରେ ଝିଅକୁ ନେଇ ଫେରୁଥିଲେ l ଆଉ ଦୀପାବଳୀ ପାଳନ ପାଇଁ ରାସ୍ତାରେ ବିକ୍ରି ହେଉଥିବା ବାଣ ଦୋକାନରୁ କିଛି ଝୁରଝୁରି ବାଣ କିଣି ଘରକୁ ଫେରୁଥିଲେ lଜୟଦେବ ବିହାର ଓଭର ବ୍ରିଜ ଉପରେ ପଛରୁ ଏକ କାର୍ ବାପା ଝିଅଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ସ୍କୁଟି ତଳେ ଘୋଷାରି ହୋଇ ଯାଇଥିବା କଥା କୁନି ଝିଅଟି ବୟାନ କରିଛି l ଘଟଣା ସ୍ଥଳରେ ସ୍କୁଟି ଜଳି ଯାଇଥିଲା ଆଉ ଝୁରଝୁରି ବାଣ ସବୁ ରାସ୍ତାରେ ବିଛେଇ ହୋଇ ପଡିଥିଲା l ଗୋଟିଏ ଦୁଇଟି କାର୍ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିବା କାର ମାଲିକ କହିଛନ୍ତି l ପ୍ରତ୍ୟକ୍ଷଦର୍ଶୀ ଓ ପରିବାର ଲୋକଙ୍କ କଥା ସାମନାକୁ ଆସିଛି lତେବେ ଦୁର୍ଘଟଣା ସହ କିଭଳି ଜୀବନ ଗଲା ପର୍ଶୁରାମଙ୍କର ତାର ତଦନ୍ତ କରୁଛି ପୋଲିସ୍ । ହେଲେ ଏଇ ଦୀପାବଳିରେ ଗୋଟିଏ ପରିବାର ଉଚ୍ଛନ୍ନ ହୋଇଗଲା । ଆଉ ଅକାରଣରେ ଚାଲିଗଲା ଗୋଟିଏ ଜୀବନ । ଏବେ କୁନି ଝିଅଟି ବଞ୍ଚିବାକୁ ସଂଗ୍ରାମ କରୁଛି l ଦୁର୍ଘଟଣା ଗୋଟିଏ ସୁନାର ସଂସାର ଉଜାଡ଼ି ଦେଲା l ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପୂରା ପରିବାର । ଏଥିରେ ଦୋଷ ବା ଦେବା କାହାକୁ ?