ମାଓବାଦୀଙ୍କ ପାଇଁ ପୋଷ୍ଟର ଲଗାଇଲା ଓଡ଼ିଶା ପୋଲିସ, ୩ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା

ବାଲିଗୁଡା : ମାଓବାଦୀଙ୍କ ପାଇଁ ପୋଷ୍ଟର । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ । କନ୍ଧମାଳ ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ଶତାଧିକ ପୋଷ୍ଟର ଲଗାଇଛି ଓଡ଼ିଶା ପୋଲିସ । ଜିଲ୍ଲାର ସମସ୍ତ ମାଓବାଦୀ ଅସ୍ତ୍ରଶସ୍ତ୍ର ଛାଡି ସମାଜ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୋଲିସ ଅପିଲ୍ କରିଛି । ଏନେଇ ବାଲିଗୁଡା ଥାନା ଗଙ୍ଗେରୀ, କାମ୍ବେରିକିଆ, ବାରଖମା, ମିଡିଆକିଆ ଭଳି ଅଞ୍ଚଳରେ ପୋଷ୍ଟର ଲାଗିଛି । ମାଓବାଦୀ ମୁଖ୍ୟ ସ୍ରୋତକୁ ଫେରିଆସିଲେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ବିବାହ ପାଇଁ ୨୫ ହଜାର, ଘର ନିର୍ମାଣ ପାଇଁ ୪୫ ହଜାର ଆଦି ପ୍ରଦାନ କରାଯିବ ବୋଲି କହିଛି ଓଡ଼ିଶା ପୋଲିସ।