
ଦୀପାବଳି ପୂର୍ବରୁ ରଣବୀର ସିଂହଙ୍କ ଧମାକା । ରଣବୀର ସିଂହଙ୍କ ଅପକମିଂ ଫିଲ୍ମ ‘ଧୁରନ୍ଦର’ ଟାଇଟଲ ଗୀତ ରିଲିଜ । ଯେଉଁଥିରେ ରଣବୀରଙ୍କ ଜୋସ୍ ଦେଖିବାକୁ ମିଳିଛି ।ବିଗତ କିଛିଦିନ ହେଲାଣି ବଡ଼ ପରଦାରୁ ଗାଏବ ରହିଥିଲେ ରଣବୀର ସିଂହ । କିନ୍ତୁ ଫିଲ୍ମ ଧୁରନ୍ଦର ଜରିଆରେ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି । କିଛି ମାସ ପୂର୍ବରୁ ରଣବୀର ସିଂହ ଜନ୍ମଦିନ ଅବସରରେ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଦର’ ଟିଜର ରିଲିଜ କରିଛନ୍ତି । ଯାହା ବେଶ୍ ଚର୍ଚ୍ଚାରେ ରହିଥିଲା ।ଏହି ଟିଜରରେ ରଣବୀର ସିଂହଙ୍କ ଲୁକ୍ ଏବଂ ଆକ୍ସନ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି । ଏହି ଟିଜର ପରେ ଫିଲ୍ମର ଟାଇଟଲ ଗୀତ ରିଲିଜ ହୋଇଛି । ଗୀତକୁ ସମସ୍ତେ ପସନ୍ଦ କରୁଛନ୍ତି । ଦୀପାବଳି ଠିକ୍ ପୂର୍ବରୁ ରଣବୀର ସିଂହଙ୍କ ଫିଲ୍ମର ଟାଇଟଲ ଗୀତକୁ ରିଲିଜ କରିଛନ୍ତି ।