
ନୂଆଦିଲ୍ଲୀ: ପାକିସ୍ତାନ ଏୟାର ଷ୍ଟ୍ରାଇକର ଆଫଗାନିସ୍ତାନର ୩ ଜଣ କ୍ରିକେଟରଙ୍କ ମୃତ୍ୟୁ । ଆଫାଗାନିସ୍ତାନର ପକତିକା ପ୍ରୋଭିନ୍ସରେ ଶୁକ୍ରବାର ପୁଣି ଏୟାର ଷ୍ଟ୍ରାଇକ କରିଥିଲା ପାକିସ୍ତାନ । ଏଥିରେ ଆଫଗାନିସ୍ତାନର ୩ ଜଣ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ । ଏୟାର ଷ୍ଟ୍ରାଇକରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଭିତରେ ୩ ଜଣ କ୍ରିକେଟର ଥିବା ACB କହିଛି । ଏହି ତିନି କ୍ରିକେଟର ହେଲେ କବିର , ଶିଭାତୁଲ୍ଲା ଓ ହାରୋନ ।ଆକ୍ରମଣକୁ ନିନ୍ଦା କରିଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ। ଏହାକୁ ପାକିସ୍ତାନର ଭୀରୁତା ଓ ବର୍ବରତା କହିଛି । ଏଥିସହ ସହ ଟ୍ରାଇ ସିରିଜରୁ ଓହରି ଯାଇଛି ଏସିବି। ନଭେମ୍ବରରେ ଟ୍ରାଇ ସିରିଜ ହେବାର ଥିଲା । ନଭେମ୍ବର ୫ ରୁ ୨୯ ପର୍ଯ୍ୟନ୍ତ ହେବ ଟ୍ରାଇ ସିରିଜ । ୪୮ଘଣ୍ଟିଆ ସିଜ ଫାୟାର ପରେ ପୁଣି ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ଆରମ୍ଭ ହୋଇଛି । ଗତକାଲି ଅଫାଗାନିସ୍ତାନ ପକତିକା ପ୍ରୋଭିନ୍ସର ଏକାଧିକ ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିଲା ଇସଲାମାବାଦ ।ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଯେ ଏହା ଏହି ଘଟଣାକୁ ଏହାର ଖେଳାଳି ଏବଂ କ୍ରିକେଟ୍ ସମ୍ପ୍ରଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷତି ବୋଲି ବିବେଚନା କରେ । ଏହା ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଏବଂ ଏକତା ମଧ୍ୟ ପ୍ରକାଶ କରେ । ଏହି ଘଟଣା ପରେ, ଏହା ତ୍ରି-ସିରିଜରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି