ଅଷ୍ଟ୍ରେଲିଆରେ ବିରାଟଙ୍କ କୁନି ଫ୍ୟାନ୍ସଙ୍କ ଖୁସି, ଭିଡିଓ ହେଉଛି ଭାଇରଲ

ବିରାଟ କୋହଲିଙ୍କ ପ୍ରତି କ୍ରେଜ୍ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳୁଛି । ବିରାଟଙ୍କର ଫ୍ୟାନ୍ସ ଖୁବ୍ ଅଧିକ ରହିଛନ୍ତି । ବର୍ତ୍ତମାନ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ବିରାଟ କୋହଲି ମଧ୍ୟ ଟିମ୍ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି । ଅଷ୍ଟ୍ରେଲିଆରେ କୋହଲିଙ୍କ ଫ୍ୟାନ୍ସଙ୍କ କ୍ରେଜ୍ ଦେଖିବାକୁ ମିଳୁଛି । ଏଥିସହ ଅଷ୍ଟ୍ରେଲିଆରେ ବିରାଟ କୋହଲି ତାଙ୍କର ଜଣେ ପ୍ରଶଂସକଙ୍କୁ ଭେଟିଥିଲେ ଯିଏ ତାଙ୍କ ଅଟୋଗ୍ରାଫ୍ ପାଇବା ପରେ ଖୁସିରେ ଥଟ୍ଟା କରୁଥିବାର ଦେଖାଯାଇଥିଲା ।ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ଟିମ୍ ସହିତ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ଭାରତର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ଟିମ୍ ଇଣ୍ଡିଆ ପ୍ରାକ୍ଟିସ କରିବା ଆରମ୍ଭ କରିଥିଲା । ଏହାରି ମଧ୍ୟରେ ଗୋଟିଏ ଛୋଟ ପିଲା ବିରାଟଙ୍କ ସହ ଭେଟି ଅଟୋଗ୍ରାଫ୍ ନେଇଥିଲା । ପରେ ପିଲାଟି ଖୁବ୍ ଖୁସି ହୋଇଥିଲା । ଏତିକି ନୁହେଁ ବିରାଟଙ୍କ ଏହି ଛୋଟ ଫ୍ୟାନ୍ସଙ୍କ ଭିଡିଓ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଅନ୍ୟପଟେ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ଖେଳିବ । ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର କିଛି ମାସ ପରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ପୂର୍ବରୁ ଟି-୨୦ରୁ ମଧ୍ୟ ଅବସର ନେଇଥିଲେ । କିନ୍ତୁ ସାତ ମାସ ପରେ କୋହଲି ଏବେ ଭାରତୀୟ ଟିମ୍ ପାଇଁ ODIରେ ମ୍ୟାଚ୍ ଖେଳୁଥିବାର ନଜର ଆସିବେ । ଏହି ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୧୯ ତାରିଖରେ ପର୍ଥରେ, ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୨୩ ତାରିଖରେ ଆଡିଲେଡରେ ଏବଂ ତୃତୀୟ ମ୍ୟାଚ୍ ଅକ୍ଟୋବର ୨୫ ତାରିଖରେ ସିଡନୀରେ ଖେଳାଯିବ ।