
ଭଞ୍ଜନଗର ୨୭/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ କୋହଲିଆ ପବନ , କଳା ମେଘ ସହ ବର୍ଷା ଆରମ୍ଭ ମୋନ୍ଥା ର ପ୍ରଭାବ ଦେଖିବାକୁ ମିଳୁଛି। ଭୂସ୍ଖଳନ ଆଶଙ୍କା କରି କଳିଙ୍ଗାଘାଟିରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ କଳିଙ୍ଗା ଘାଟି ରେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ରଖି ଘାଟି ରାସ୍ତା କୁ ଦୁର୍ଗାପ୍ରସାଦ ଠାରେ ରାସ୍ତାରେ ବ୍ୟାରିକେଟ୍ ବାନ୍ଧି ସମ୍ପୂର୍ଣ ଭାବରେ ସିଲ୍ କରିଛି ଭଞ୍ଜନଗର ପୋଲିସ ଓ ପ୍ରଶାସନ ତା ସହିତ ଘାଟିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ଓ ଘାଟି ଉପରକୁ କେହି ନଯିବାକୁ ବାରଣ କରାଯାଇଛି।