ଲଗାଣ ବର୍ଷାରେ ପାହାଡ଼ରୁ ଖସିଲା ବିରାଟ ପଥର, ଉପର ବ୍ୟାଘ୍ର ଦେବୀ ପୀଠରେ ଭାଙ୍ଗିଲା ଶନି ମନ୍ଦିର

ଭଞ୍ଜନଗର ୨୯/୧୦( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ ପାହାଡ଼ରୁ ଖସିଲା ବିରାଟ ପଥର, ତଳେ ଥିବା ଶନି ମନ୍ଦିର ଭାଙ୍ଗିଲା। ଏହିପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅଧିନ କୁଲାଡ ମା’ ଉପର ବ୍ୟାଘ୍ରଦେବୀ ପାହାଡ଼ରେ। ସେହି ସମୟରେ କେହି ଶ୍ରଦ୍ଧାଳୁ ସେହି ସ୍ଥାନରେ ନଥିବାରୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ତେବେ ବାତ୍ୟା ମୋ ପ୍ରଭାବରେ ରେ ଅତ୍ୟଧିକ ବର୍ଷା ହେବା ଫଳରେ ଏହିପରି ଘଟିଥିବା ଅନୁମାନ କରାଯାଉଛି।