
ସୋରଡ଼ା ୨୯/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଆମ୍ବିଳି ଆମ୍ବ ଗ୍ରାମ ନିକଟ ରେ ଲକ୍ଷ୍ମୀ ବସ ସହ ବାଇକ୍ ମୁହା ମୁହିଁ ଧକ୍କା । ବାଇକ୍ ଚାଳକ ଗୁରୁତର । ବାଇକ୍ ଚାଳକ ଜଣକ ହେଲେ ବଡ଼ ବଦାଙ୍ଗି ଗ୍ରାମର କାଶିଆ ଗୌଡ଼ । ସୂଚନା ମୁତାବକ କାଶିଆ ସରନଉତି ଗ୍ରାମରୁ ନିଜ ଗ୍ରାମ ବଡ଼ ବଦାଙ୍ଗି ଗ୍ରାମକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଲକ୍ଷ୍ମୀ ବସଟି ଦୃତ ଗତିରେ ଆସୁଥିଲା ଯାହାଫଳରେ ବାଇକ୍ ଟି ଭରସ୍ୟମ ହରାଇ ବସ ସହ ମୁହା ମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକ ୧୦୮ ଯୋଗେ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କାଶିଆ କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ କିନ୍ତୁ କାଶିଆ ର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।