
ଭଂଜନଗର -୨୯/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା, ଟୁଡେ): ଜଙ୍ଗଲି ନାଳରେ ହଠାତ୍ ବନ୍ୟାପାଣି ଆସିଯିବାରୁ, ଭାସିଗଲେ ଜଣେ ମହିଳା । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ, ଉପାନ୍ତ ତଥା ଜଙ୍ଗଲାଞ୍ଚଳ କୁହାଯାଉଥିବା ବିରିକୋଟ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଖବର ପାଇ ଘଟଣା ସ୍ଥଳରେ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ, ଭଂଜନଗର ତହସିଲଦାର, ବିଡ଼ିଓ , ଏବିଡିଓ ଏବଂ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚିଛନ୍ତି । ଘଟଣା ସ୍ଥଳରେ ଉଧାର କାର୍ଯ୍ୟ ଜାରି ରହିଥିବା ବେଳେ, ନିଖୋଜ ମହିଳାଙ୍କ ପତ୍ତା ମିଳୁନି । ନିଖୋଜ ମହିଳା ଜଣକ ସେହି ଗାଁର ଅମ୍ବି ନାୟକ (୫୨) ବୋଲି ଜଣା ପଡିଛି । ଖବର ଲେଖା ଶେଷ ସୁଦ୍ଧା ସଂପୃକ୍ତ ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ଉଧାର କାର୍ଯ୍ୟ ଜାରି ରହିଥିଲା ।