ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର,୩୦/୧୦:(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ଡିଭିଜନ ପକ୍ଷରୁ ଭଞ୍ଜନଗରରେ ଉପଖଣ୍ଡ ପ୍ରଶାସନର ମିଳିତ ସହଯୋଗରେ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମ ପାଳିତ ହୋଇଛି। ଭଞ୍ଜନଗର ଟାଉନହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସପି ସନ୍ଧ୍ୟାରାଣୀ ସାହୁ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ, ପୌରଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ.ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଦୁର୍ନିତି ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ପରିବେଶ, ସାମାଜିକ, ଭୌଗଳିକ, ଅର୍ଥନୀତିକ ଭଳି କ୍ଷେତ୍ରରେ ମଧ୍ୟ ନିଜର ଦାୟିତ୍ବବୋଧ ପରିପ୍ରକାଶ କରିବା ପାଇଁ ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ସାଧାରଣ ନାଗରିକ ଯତ୍ନବାନ ହେବାକୁ ଆହ୍ବନ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଯାଇଥିଲା। ଅଶୋକ ମହାପାତ୍ର ସଂଯୋଜନା କରିଥିବା ବେ‌ଳେ ତହସିଲଦାର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଡେପୁଟି ସବକଲେକ୍ଟର ସୁମନ ଘୋଷ, ସମସ୍ତ କାଉନସିଲର, ସରକାରୀ କର୍ମଚାରୀ, ବିଭିନ୍ନ ବର୍ଗର ମହିଳା ମାନେ ଉପସ୍ଥିତ ରହିଥିଲେ।