ଭଞ୍ଜନଗର ପୋଲିସ୍ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର ୩୦/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଞ୍ଜନଗର ଥାନ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ.ଦୀପକ କୁମାର ମିଶ୍ର ,ଭଞ୍ଜନଗର ଥାନ ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ଲକ୍ଷ୍ମୀଧର ମାହାନ୍ତି, ଜ୍ୟୋସ୍ନାମୟୀ ସାହୁ, ଲିପିନା ବିଶ୍ୱାଳ, ଚନ୍ଦନ କୁମାର ଦାସ, ସୋମ୍ୟ କାନ୍ତ ଖଟୁଆ, ଏଏସଆଇ ବିଦେଶୀ ବେହେରା, ସତ୍ୟ ନାରାୟଣ ମଲ୍ଲିକ, ସୁଶାନ୍ତ ପଟ୍ଟନାୟକ, ରୁଦ୍ର ପ୍ରସାଦ କହଁର, ଶରତଚନ୍ଦ୍ର ପଣ୍ଡା, ହାବିଲଦାର ଦିଲ୍ଲୀପ କୁମାର ରାଉତ, ଷଷ୍ଠୀପ୍ରସାଦ ମିଶ୍ର, କେଏସୟୁବି କଲେଜ ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ପୁର୍ଣଚନ୍ଦ୍ର ତ୍ରିପାଠୀ, କେଏସୟୁବି ମହାବିଦ୍ୟାଳୟ ର ଅଧକ୍ଷ ରାଜେନ୍ଦ୍ର କୁମାର ଦାସ, ସମାଜସେବୀ ଶୂଳପାଣି ଶତପଥୀ, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ସାଇବର ମସ୍କଟ ( ସାଇରା)ଙ୍କ ସମେତ ସ୍ଥାନୀୟ ବୁଦ୍ଧିଯିବି ଓ କଲେଜ୍ ର କର୍ତ୍ତୃପକ୍ଷ , ଓ ଛାତ୍ରଛାତ୍ରୀ ଙ୍କ ସହିତ ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ଭଞ୍ଜନଗର ଚକରା ବିଷୋୟୀ ଛକ ଠାରୁ ସାଇବର ସଚେତନତା ର ସ୍ଲୋଗାନ ଦେଇ ମହାବିଦ୍ୟାଳୟ ରେ ପହଞ୍ଚିଥିଲେ ।ପରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସାଇବର ଠକାମୀ ର ଶିକାର କେମିତି ନହେବା ପାଇଁ କଣ କରିବା ତାହା ସମସ୍ତ ଛାତ୍ରଛାତ୍ରୀ ଙ୍କୁ କହିଥିଲେ ମଞ୍ଚାସିନ ଅତିଥି ମାନେ । ଯୋଦି କୌଣସି ବ୍ୟକ୍ତି ଠକାମୀ ର ଶିକାର ହୁଅନ୍ତି ତାହେଲେ ୧୯୩୦ ନମ୍ବର୍ ରେ କଲ କରିବେ ଓ ସ୍ଥାନୀୟ ଥାନାଅଧିକାରୀ ଙ୍କ ସହ ପରାମର୍ଶ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି। ସଭାକୁ ସଂଯୋଜନା କରିଥିଲେ ଜୟକୃଷ୍ଣ ପଟ୍ଟନାୟକ ।