
ଭଞ୍ଜନଗର ୩୧/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଭଞ୍ଜନଗର ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି ।ତେବେ ଏହି ଗଣଦୌଡ଼ କାର୍ଯ୍ୟକ୍ରମ ପ୍ରଥମେ ଭଞ୍ଜନଗର ଥାନ ପରିସରରୁ ବାହାରି ଷ୍ଟେଟ ବ୍ୟାଙ୍କ ଛକ ହୋଇ ଖାଲାସାହି ହୋଇ ମୁଖ୍ୟରାସ୍ତା ଦେଇ ଥାନ ପରିସର ରେ ପହଞ୍ଚିଥିଲେ ଓ ଲୋକମାନଙ୍କୁ ସଚେତନ କରାଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ପୌରପରିଷଦ ର ପୌରାଧକ୍ଷ ଗୋପବନ୍ଧୁ ମହାପାତ୍ର ଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ. ଦୀପକ କୁମାର ମିଶ୍ର,ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏସଆଇ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଚନ୍ଦନ କୁମାର ଦାସ, ସୌମ୍ୟକାନ୍ତ ଖଟୁଆ, ଜ୍ୟୋସ୍ନାମୟୀ ସାହୁ, ଲିପିନା ବିଶ୍ୱାଳ, ଏଏସଆଇ ବିଦେଶୀ ବେହେରା, ସତ୍ୟନାରାୟଣ ମଲ୍ଲିକ, ସୁଶାନ୍ତ ପଟ୍ଟନାୟକ, ରୁଦ୍ରପ୍ରତାପ କହଁର, ଶରତଚନ୍ଦ୍ର ପଣ୍ଡା,ହାବିଲଦାର ଦିଲ୍ଲୀପ କୁମାର ରାଉତ, ଷଷ୍ଠୀ ପ୍ରସାଦ ମିଶ୍ର, କନଷ୍ଟେବଳ କେ. ପ୍ରଶାନ୍ତ କୁମାର ରେଡି, ନରେଶ ଶବର, ରାଜେଶ ମଣ୍ଡଳ,ରାଘବ ବିଷୋୟୀ, ଦିବ୍ୟ ସିଂ ପ୍ରଧାନ, ମଣ୍ଟୁ ପଣ୍ଡା, ନାମ ଗମାଙ୍ଗ, ଜାଗା ସେଠି, କାଳୁ ସେନାପତି, ନରେଶ ଶବର, ଯଶୋବନ୍ତ ମାଝୀ, ସନ୍ତୋଷ କୁମାର ନାୟକ, ସଞ୍ଜୟ ପରିଡ଼ା ( ଲାଲା ) ଓ ସମସ୍ତ ପୋଲିସ କର୍ମଚାରୀ,ସ୍ଥାନିତ ଅଟୋ ସଙ୍ଘର ସଦସ୍ୟ ଗଣ, ସମାଜସେବୀ, ବୁଦ୍ଧିଜିବୀ ଏହି ଗଣଦୌଡ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।