
ପାକିସ୍ତାନୀ ଖେଳାଳିଙ୍କ କପି ମାଇଣ୍ଡ । ଟ୍ରଫି ସିନା ଜିତିପାରିଲେନି ହେଲେ ଷ୍ଟାଇଲ କପି କରିପାରିଲେ । ପାକିସ୍ତାନୀ ଟିମ୍ ବଢିଆ ପ୍ରଦର୍ଶନ କରି ହଂକଂ ସିକ୍ସେସ ଟୁର୍ଣ୍ଣାମେଣ୍ଟ ୨୦୨୫ରେ ବିଜୟ ପାଇଛି । ରବିବାର ଦିନ ମିଶନ ରୋଡ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚରେ କୁଏତକୁ ୪୩ ରନରେ ହରାଇ ୬ ଥର ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି । ହେଲେ ଏହି ମ୍ୟାଚ ଜିତିବା ପରେ ପାକିସ୍ତାନ ନିଜର ଅସଲ ରୂପ ଦେଖାଇଛି । ଆଉ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ଯାଙ୍କୁ କପି କରୁଛି ପାକିସ୍ତାନ । ନିଜକୁ ଭାଇରଲ କରିବା ପାଇଁ ପାଣ୍ଡ୍ଯାଙ୍କ ଭଳି ପୋଜ ଦେଉଛନ୍ତି ଖେଳାଳି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।ଏସିଆ କପରେ ଭାରତ ଓ ପାକିସ୍ତାନ ଫାଇନାଲ ମ୍ଯାଚ ସମୟରେ ମଧ୍ୟ ପାଣ୍ଡ୍ୟାଙ୍କୁ ଘଣ୍ଟା ଚୋରି କରି ନେଇ ପାକିସ୍ତାନ ଖେଳାଳି ପଳାଇବେ ବୋଲି ଏକ ମିମ୍ ଖୁବ ଭାଇରାଲ ହୋଇଥିଲା । ଆଉ ଏବେ ପୁଣି ପାଣ୍ଡ୍ୟାଙ୍କ ପୋଜ ନେଇ ପାକିସ୍ତାନ ଖେଳାଳି ଭାଇରଲ ହେବାରେ ଲାଗିଛନ୍ତି ।ପାକିସ୍ତାନ ଟିମ ଆବାସ ଆଫ୍ରିଦିଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଷଷ୍ଠ ଥର ପାଇଁ ଟାଇଟଲ ଜିତିଥିଲା । ବିଜୟ ପରେ ଷ୍ଟାର ବ୍ୟାଟସମ୍ୟାନ୍ ମହମ୍ମଦ ଶାହଜାଦ ଏକ ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଫଲୋ କରି ଏକ ପୋଷ୍ଟ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।ମହମ୍ମଦ ଶାହଜାଦ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭଳି ଟ୍ରଫି ସହିତ ପୋଜ୍ ଦେଇଥିଲେ । ଆଉ କ୍ୟାପସନ ଦେଇଥିଲେ, “ସବୁବେଳେ ପରି ହଂକଂ ସିକ୍ସେସ୍ ର ଏକ ମଜାଦାର ଶେଷ ।’