
ଭୁବନେଶ୍ୱର : ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋ ଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି ।ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି । ସବୁ ଭାଇଟାଲ ଇନଷ୍ଟାଲେସନରେ ଜାରି ହୋଇଛି ଆଲର୍ଟ। ପୁରୀର ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଟକ ବାଲିଯାତ୍ରାରେ ବି ହାଇଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ, ଟେକିଂ କୁ ଜୋରଦାର କରିଛି ପୋଲିସ ।