ଆପାର୍ଟମେଣ୍ଟ ବାଲକୋନି ଭାଙ୍ଗି ୩ ମୃତ୍ୟୁ ଘଟଣା, ଆଜି ଆସିବ ତଦନ୍ତ ରିପୋର୍ଟ

କଟକ: ଆପାର୍ଟମେଣ୍ଟ ବାଲକୋନି ଭାଙ୍ଗି ୩ ମୃତ୍ୟୁ ଘଟଣାରେ ଆଜି ଆସିବ ତଦନ୍ତ ରିପୋର୍ଟ । କଟକ ମଣିସାହୁ ଛକ ଆପାର୍ଟମେଣ୍ଟ ବାଲକୋନୀ ଭାଙ୍ଗି ୩ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଟିମ ଗଠନ ହୋଇଛି । ସିଡିଏ ଅଧ୍ୟକ୍ଷଙ୍କ ନେତୃତ୍ବରେ ସିଏମସି ଅତିରିକ୍ତ କମିଶନର, ଆରଏଣ୍ଡବି ଇଂଜିନିୟର, ସିଏମସି ସିଟି ଇଂଜିନିୟରଙ୍କୁ ନେଇ ୪ ଜଣିଆ କମିଟି ଗଠନ ହୋଇଛି । ରିପୋର୍ଟ ଦେବାକୁ ଏହି କମିଟିକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।