
ଭଞ୍ଜନଗର ୧୪/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପବିତ୍ର ଶିଶୁ ଦିବସ ଅବସରରେ ଭଞ୍ଜନଗର ଥାନା ପକ୍ଷରୁ
ସ୍ଥାନୀୟ ଅନ୍ବେଶା ହଷ୍ଟେଲ ଛାତ୍ରଛାତ୍ରୀ ଙ୍କ ଗହଣରେ ଶିଶୁ ଦିବସ ପାଳନ କରାଯାଇଛି। ଏସଆଇ ଜ୍ୟୋତ୍ସ୍ନାମୟୀ ସାହୁ,ଲିପିନା ବିଶ୍ବାଳ, କନଷ୍ଟେବଳ ପି. ପ୍ରଶାନ୍ତ କୁମାର ରେଡି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ଶିଶୁମାନେ ହେଉଛନ୍ତି ଆସନ୍ତାକାଲିର ନାଗରିକ। ଶିଶୁମାନଙ୍କ ବିକାଶ ଉପରେ ନିର୍ଭର କରେ ଦେଶର ବିକାଶ।ତେଣୁ ଆପଣ ମାନେ ଉଚିତ ଶିକ୍ଷା ଲାଭ କରି ରାଷ୍ଟ୍ର ଗଠନରେ ଭାଗିଦାରୀ ହୁଅନ୍ତୁ ବୋଲି ଅତିଥି ଗଣ ନିଜ ବକ୍ତବ୍ୟ ରେସକହିଥିଲେ। ପରେ ହଷ୍ଟଲ ଅନ୍ତେବାସୀ ଙ୍କ ଗହଣରେ କେକ୍ କାଟିବା ସହ ଚକଲେଟ୍ ବଣ୍ଟନ କରାଯାଇଥିଲା।ଅରକ୍ଷିତ ପରିଛା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ହଷ୍ଟେଲ ଓ୍ବାର୍ଡେନ ବୁଲୁ ଖଟେଇ, ପୂଜା ରାଣୀ ଦାସ,ମ୍ୟାଟ୍ରନ୍ ଉମାଦେଇ ନାୟକ ଙ୍କ ସମେତ ହଷ୍ଟଲ କର୍ମଚାରୀ ଉପସ୍ଥିତ ଥିଲେ।