ନୂଆପଡ଼ା ରେ ବିଜେପି, ବିହାର ରେ ଏନଡିଏ ପ୍ରାର୍ଥୀଙ୍କ ବିପୁଳ ବିଜୟ; ଭଞ୍ଜନଗରରେ ବିଜେପିର ବିଜୟ ଉତ୍ସବ

ଭଞ୍ଜନଗର ୧୪/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ନୂଆପଡ଼ା ଉପନିର୍ବାଚନରେ ବାପାଙ୍କୁ ପଛରେ ପକାଇଲା ପୁଅ। ସବୁ ରେକର୍ଡ ଭାଙ୍ଗି ବିଜୟ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଲଗାତାର ଭାବରେ ସବୁ ରାଉଣ୍ଡରେ ପ୍ରଥମ ସ୍ଥାନରେ ରହି ବିଜୟ ହାସଲ କରିଛନ୍ତି ଜୟ ଢୋଲକିଆ । ବୃହତ ବ୍ୟବଧାନରେ ଏକତରଫା ଭାବେ ଭୋଟ୍ ପୋଛି ନେଇଛନ୍ତି ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଜୟ ଢୋଲକିଆ। ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଢୋଲକିଆ। ସେହିପରି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଓ ବିହାର ରେ ନୀତିଶ ସରକାରଙ୍କ ଉପରେ ପୁଣି ଆଶା ପ୍ରକଟ କରିଛନ୍ତି ବିହାର ବାସି । ବିହାରରେ ପୁଣି ଥରେ ଏନଡିଏ ସରକାର ଗଢ଼ିବାକୁ ଯାଉଛି । ମତଦାନ ଫଳ ପ୍ରକାଶ ହେଉଣୁ ଶୁକ୍ରବାର ଅପରାହ୍ନ ରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନେତୃତ୍ୱ ରେ ଦଳ ଭଞ୍ଜନଗର ରେ ବିଜୟ ଉତ୍ସବ ପାଳିଛି ବିଜେପି।ନୁଆପଡା ବିଜୟର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳୀୟ କାର୍ଯ୍ୟ କର୍ତା ଙ୍କୁ ବିଧାୟକ ଶ୍ରୀ ନାୟକ ଦେଇଛନ୍ତି। ଆମ ସରକାର ର ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ନୂଆପଡା ଭୋଟର ବିଜେପି କୁ ଅଧିକ ଭୋଟ ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।

ସୂଚନା ଯୋଗ୍ୟ; ରାଜେନ୍ଦ୍ର ଢୋଲକିଆ ଙ୍କ ଦେହାନ୍ତ ପରେ ନୂଆପଡା ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପନିର୍ବାଚନ ରେ ଦଳୀୟ ପ୍ରଚାର ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ନେତୃତ୍ୱ ରେ ଘୁମୁସର ଜିଲ୍ଲା ସଭାପତି ନିଳମାଧବ ପାତ୍ର,ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ଼, ନଗର ପ୍ରତିନିଧି ସନ୍ତୋଷ ତିଆଡ଼ି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରଧାନ, ଡିଆରଡିଏ ପ୍ରତିନିଧି ଶିବଶଙ୍କର ପ୍ରଧାନ, କୁଲାଡ଼ ମଣ୍ଡଳ ସଭାପତି ମନୋଜ ପ୍ରଧାନ,ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟାକ୍ଷ ନିଳାଞ୍ଚଳ ଖିଲାର,
ବିଜେପି ନେତା ଧୋବା ଗୌଡ଼,ସମୀର ନାୟକ, ସୁବାସ ଚନ୍ଦ୍ର ବରାଡଙ୍କ ସମେତ
ଭଞ୍ଜନଗର ନିର୍ବାଚନମଣ୍ଡଳୀର ୫୦ ରୁ ଉର୍ଦ୍ଧ୍ୱ ଦଳୀୟ କାର୍ଯ୍ୟକର୍ତା ନୁଆପଡାରେ ରହି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଥିଲେ। ନିର୍ବାଚନରେ
ଜୟ ଢୋଲକିଆ ନିଜ ବାପା ରାଜେନ୍ଦ୍ର ଢୋଲକିଆ ଙ୍କୁ ମଧ୍ୟ ଟପି ଯାଇଛନ୍ତି । ରାଜେନ୍ଦ୍ର ଢୋଲକିଆ ଗତ ସାଧାରଣ ନିର୍ବାଚନରେ ୩୩.୬୫ ପ୍ରତିଶତ ମତଦାନ ସହିତ ୬୧,୮୨୨ ଖଣ୍ଡ ଭୋଟ୍ ପାଇଥିଲେ।ଚଳିତବର୍ଷ ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି। ଗଣତି ପରେ ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଭୋଟ ଗଣତି ଆରମ୍ଭରୁ ହିଁ ଜୟ ଆଗରେ ରହିଥିଲେ ।