
ଭଞ୍ଜନଗର :-୧୫/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟାର ବ୍ଲକ ସ୍ତରୀୟ ଶିଶୁଉତ୍ସବ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅ ତିଥି ତଥା ଉଦଘାଟକ ଭାବେ ପୌର ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଏବଂ ଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ,ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ, ଇନରହୁଇଲ କ୍ଳବ ସଭାପତି ସୁନିତା ବାରିକ, ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ରଥ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ କର୍ମକର୍ତା ଜଗବନ୍ଧୁ ଜେନା, ଅମରବିଳାସ ବେହେରା, ରାଜ କୁମାର ସାହୁ, ଓଷ୍ଟା ଜିଲ୍ଳା ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ବିଜୟ କୁମାର ବେହେରା, ବ୍ଲକ ସମ୍ପାଦକ ଗୌରୀନନ୍ଦନ ହୋତ୍ତା ଯୋଗଦେଇ ଓଷ୍ଟାର ସମସ୍ତ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ l ଶିଶୁ ଉତ୍ସବରେ ବ୍ଲକର କୋଡିଏ ଉଚ୍ଚ ବିଦ୍ୟାଳୟରୁ ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଦଶଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ବିଚାରକ ଭାବେ ବ୍ଲକର ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟର ତିରିଶିରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ l ପ୍ରତ୍ୟେକ ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ସହ ପ୍ରମାଣ ପତ୍ର ଦେଇ ଉତ୍ସlହିତ କରିଥିଲେ l ପ୍ରାରମ୍ଭରେ ଛାତ୍ରୀ ମୋନାଲିସା ସାବତ ପ୍ରାରମ୍ଭିକ ସଂଗୀତ ଗାନ କରିବାପରେ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ l ଆଖପାଖ ସୋରଡ଼ା, ଶେରଗଡ଼, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା ବ୍ଲକ ଓଷ୍ଟା କର୍ମକର୍ତ୍ତା ସମେତ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଡ଼. ବିଜୟ ଚନ୍ଦ୍ର ମହାରଣlଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l ଆଖପାଖ ବିଦ୍ୟାଳୟରୁ ବହୁଶିକ୍ଷକ, ଶିକ୍ଷୟିତ୍ରୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷlକର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ରୋଟାରୀ କ୍ଳବ, ଭଞ୍ଜନଗର ତରଫରୁ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସହଯୋଗ ଦେଇଥିଲେ l ଶେଷରେ ସମ୍ପାଦକ ଗୌରୀନନ୍ଦନ ହୋତ୍ତା ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଚାରିଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇଥିଲେ l