୨୧ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ର ବାର୍ଷିକ ଉତ୍ସବ ପାଳିତ

ଭଞ୍ଜନଗର ୧୬/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗତବର୍ଷ ନଭେମ୍ବର ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ବିଶ୍ବଶାନ୍ତି ୨୧ କୁଣ୍ଡିୟ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ସାଧୁସନ୍ଥଙ୍କ ଏହି ଯଜ୍ଞରେ ସମାଗମ ହୋଇଥିଲା। ଆଜି ଏହାର ବାର୍ଷିପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପୌରହିତ୍ୟରେ ଏକ ପୂଜାର୍ଚ୍ଚନା ହୋମ ଆଦି ଆର୍‌ଏମ୍‌ସି ପଡିଆରେ ଅନୁଷ୍ଠିତ ହୋଇଥିଲା। ଏହାପରେ ବର୍ଷପୂର୍ତ୍ତି ଉତ୍ସବ ଓ ଯଜ୍ଞକୁ ସୂଚାରୁରୁପେ ସମ୍ପାଦନା କରିଥିବା ବିଭିନ୍ନ ଅନୁଷ୍ଠାନ,ସଫେଇ କର୍ମଚାରୀ,ସ୍ବେଚ୍ଛାସେବୀ ମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବିଧାୟକଙ୍କ ସମେତ ନଗରପାଳ ଗୋପବନ୍ଧୁ ମହାପାତ୍ର, ପୁରୀ ବାଣୀରାମ ମଠ ମହନ୍ତ ଅଭିରାମ ମହାରାଜ,ଡେଙ୍ଗାପଦର ମଠ ମହନ୍ତ ପରମାନନ୍ଦ ଜୀ ମହାରାଜ,ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ଏସ୍‌ଡିପିଓ ଡ.ଦିପକ କୁମାର ମିଶ୍ର, ତହସିଲଦାର ଅଭିପ୍ସା ପଟ୍ଟନାୟକ,ବିଡିଓ ଭାରତୀ ଦେବୀ, ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସତ୍ୟ ରଞ୍ଜନ ପରିଡା, ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଅଭିଜିତ ପାଢୀ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏଥିରେ ବିପଦର ବନ୍ଧୁ, ରୋଟାରୀ କ୍ଳବ, ପ୍ରେସ କ୍ଳବ, ହନୁମାନ ସଂଘ ଭଳି ପ୍ରାୟ ୩୦ରୁ ଅଧିକ ଅନୁଷ୍ଠାନ ଓ ସ୍ବେଚ୍ଛସେବୀ ମାନଙ୍କୁ ବିଧାୟକ ଓ ମହନ୍ତ ମାନେ ସମ୍ବଦ୍ଧିତ କରିଥିଲେ। ଏହାକୁ ଅରକ୍ଷିତ ପରିଚ୍ଛା ପରିଚାଳନା କରିଥିଲେ।