ଏଲିଟ ଅଲରାଉଣ୍ଡର୍ସ କ୍ଳବରେ ରବୀନ୍ଦ୍ର ଜାଡେଜା, ୪ ହଜାର ରନ ସହ ୩୦୦ରୁ ଅଧିକ ୱିକେଟ ହାସଲ

ମୁମ୍ବାଇ : ଏଲିଟ ଅଲରାଉଣ୍ଡର୍ସ କ୍ଳବରେ ରବୀନ୍ଦ୍ର ଜାଡେଜା । ଟେଷ୍ଟ କ୍ରିକେଟରେ ୪ ହଜାର ରନ ପୂରଣ ସହ ୩୦୦ରୁ ଅଧିକ ୱିକେଟ ହାସଲ ପରେ ଏଲିଟ ଅଲରାଉଣ୍ଡର୍ସ କ୍ଳବରେ ସାମିଲ ହୋଇଛନ୍ତି। ଇଆନ୍ ବୋଥାମ, କପିଳ ଦେବ, ଡାନିଏଲ୍ ଭେଟୋରୀଙ୍କ ସହ ସାମିଲ୍ ହୋଇଛନ୍ତି ରବୀନ୍ଦ୍ର ଜାଡେଜା। ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟର ଦ୍ୱିତୀୟ ଦିନରେ ଜାଡେଜା ୧୦ ରନ୍ ସଂଗ୍ରହ କରିବା ସହ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ।୮୭ଟି ଟେଷ୍ଟରେ ୪ ହଜାର ରନ୍ ପୂରଣ କରିଛନ୍ତି। ୩୬ ବର୍ଷୀୟ ଜାଡେଜା ୪ ହଜାର ରନ୍ କରିବା ସହ ୩୩୧ ୱିକେଟ୍ ହାସଲ କରିଛନ୍ତି। ଜାଡେଜାଙ୍କ ୪ ହଜାର ରନରେ ରହିଛି ୬ ଶତକ ଓ ୨୭ ଅର୍ଦ୍ଧଶତକ। ସେହିପରି ୧୫ ଥର ପାଞ୍ଚ ୱିକେଟ୍ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ୧୭୫ ରନ କରିଛନ୍ତି । ଏଥିସହ ସ୍ଲିପରେ ୨୦୦ରୁ ଅଧିକ କ୍ୟାଚ୍ ଧରିଛନ୍ତି। ୨୦୧୨ରେ ନାଗପୁରରେ ଟେଷ୍ଟ ଡେବ୍ୟୁ କରିଥିଲେ ଜାଡେଜା। ସଫଳତା ପରେ BCCI “ଭାରତର ଶ୍ରେଷ୍ଠ ଅଲ୍-ରାଉଣ୍ଡର୍” ଭାବରେ ପ୍ରଶଂସା କରିଛି।