ଶୋଭନୀୟ ପବ୍ଳିକ୍ ସ୍କୁଲରେ “ସଙ୍ଗୀତ ସମର୍ପଣ” କାର୍ଯ୍ୟକ୍ରମ

ବାଲିପଦର-୧୬/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)ଶାସ୍ତ୍ରିୟ ସଙ୍ଗୀତକୁ ସମ୍ମାନ ଜଣାଇ ବୁଗୁଡ଼ାର ସନ୍ତୋଷି ମା’ ମନ୍ଦିର ଓଡିଆ ସାହି ଆନୁକୂଲ୍ୟରେ ଗୀତିକାର ନିତ୍ୟାନନ୍ଦ ସାହୁ ଓ ଆଲୋକ ପୁଷ୍ଟିଙ୍କ ତତ୍ତ୍ବାବଧାନରେ ଶୋଭନୀୟ ପବ୍ଳିକ୍ ସ୍କୁଲ ଠାରେ ହିନ୍ଦୁସ୍ଥାନି ଶାସ୍ତ୍ରିୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉଦ ଘାଟନୀ ଉତ୍ସବରେ ଅତିଥି ଭାବେ ଗୀତିକାର ସୁରେନ୍ଦ୍ର କୁମାର ଦାସ,”ଘୁମୁସର ର ସ୍ବର”ର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର,କବି ରଘୁନାଥ ସାହୁ,ସାହିତ୍ୟିକ କାମ ରାଜୁ ସାହାଣୀ ପ୍ରମୁଖ ଯୋଗଦେଇ ଶାସ୍ତ୍ରିୟ ସଙ୍ଗୀତ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ।ସଂଗୀତ ଗାନ କରିବା ନିମନ୍ତେ ଭୁବନେଶ୍ୱରରୁ ଗୁରୁ ଆକାଶ ରଞ୍ଜୀବ୍ ବିଶ୍ବାଳ, ତବଲା ଗୁରୁ ଲଳିତ କୁମାର କର, ଗୀଟାର ଶଶାଙ୍କ ଶେଖର ଯୋଗଦେଇ ଦର୍ଶକଙ୍କୁ ହୃଦୟସ୍ପର୍ଶୀ ସଂଗୀତ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ସ୍କୁଲ ପକ୍ଷରୁ ସୁକନ୍ୟା ଦାସ, ଗୀତିକାର ଦୂର୍ଗା ପ୍ରସାଦ ଦାସ, କବି ଚିତ୍ତ ଦାସ,କବୀ ରୀନା ଚୌଧୁରୀ ପ୍ରମୁଖ ଶତାଧିକ ସଂଗୀତ ପ୍ରେମୀ ଯୋଗଦେଇ ଥିଲେ।