ସାମ୍ନାକୁ ଆସିଲା ଜୁନିୟର କୌଶଲଙ୍କ AI ଫଟୋ, ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ପୁଅ ଫଟୋ ହେଲା ଭାଇରଲ

ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ ୭ ନଭେମ୍ବରରେ ପୁତ୍ର ସନ୍ତାନକୁ ଜନ୍ମ ଦେଇ ପିତା-ମାତା ହୋଇଛନ୍ତି । ଏକ ପୋଷ୍ଟ ମାଧ୍ୟମରେ ସେମାନେ ଖୁସି ଖବରକୁ ସେୟାର କରିଥିଲେ । କ୍ୟାଟ୍ରିନା ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରି ଆସିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଅଭିନେତ୍ରୀ ପୁଅର ଝଲକ ପ୍ରଶଂସକମାନଙ୍କ ସହ ସେୟାର କରିନଥିଲେ । କିନ୍ତୁ ଏବେ ସୋସିଆଲ ମିଡିଆରେ ଜୁନିୟର କୌଶଲ ବହୁତ ସୃଷ୍ଟି ଚର୍ଚ୍ଚା କରୁଛି । ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ପୋଷ୍ଟ AI ର ଫଟୋ ବୋଲି ଜଣାପଡିଛି । ତଥାପି ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରଲ ହେଉଛି ।ଏହି AIର ଭାଇରଲ ହେଉଥିବା ପୋଷ୍ଟରେ ଶିଶୁପୁତ୍ରକୁ କ୍ୟାଟ୍ରିନା କୈଫ୍ ତାଙ୍କ କୋଲରେ ଧରିଥିବା ନଜର ଆସିଛନ୍ତି । ଏଥିସହିତ ଗୋଟିଏ ଫଟୋରେ କ୍ୟାଟ୍ରିନା, ଭିକି ଏବଂ ଜେଜେମା ସହିତ ଶିଶୁଟି ମଧ୍ୟ ନଜର ଆସିଛି । AI ଫୋଷ୍ଟ ହେବା ସତ୍ତ୍ବେ ଲୋକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଆପଣଙ୍କୁ ଜଣାଇ ରଖୁଛୁ ଯେ, ଭିକି କିମ୍ବା କ୍ୟାଟ୍ରିନା ଏପର୍ଯ୍ୟନ୍ତ ଶିଶୁ ସହି କୌଣସି ଫଟୋ ସୋସିଆଲ ମିଡିଆରେ ସେୟାର କରିନାହାଁନ୍ତି । କିନ୍ତୁ ସେପ୍ଟେମ୍ବର ମାସରେ ତାଙ୍କର ଏକ ସୁନ୍ଦର ଫଟୋ ସହିତ ପ୍ରେଗ୍ନେନ୍ସି ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲେ । ଯେଉଁଥିରେ ଭିକି କ୍ୟାଟ୍ରିନାଙ୍କ ବେବି ବମ୍ପ ଧରିଥିବାର ଦେଖିବାକୁ ମିଳିଥିଲା ।