ଅଧାରେ ରହିଗଲା ମୃତ ବାପାଙ୍କ ଶୁଦ୍ଧିକ୍ରିୟା, ଦଶାହ ଦିନ ହିଁ ଚାଲିଗଲା ପୁଅର ଜୀବନ

ଭଞ୍ଜନଗର: ଏଇ ୧୦ ଦିନ ହେବ ଚାଲିଯାଇଥିଲେ ବାପା । ଘରେ ଖେଳିଯାଇଥିଲା ଶୋକ । କିନ୍ତୁ ଦଇବର ବିଚାର ଆଉ କିଛି ଥିଲା । ଶୋକ ସନ୍ତପ୍ତ ପରିବାରଙ୍କ ଗୋଟିଏ ଦୁଃଖ ମନରୁ ନ ପାସୋରୁଣୁ ଭଗବାନ ଦେଇଦେଲେ ଆଉ ଗୋଟିଏ ଦୁଃଖ ।ମୃତ ବାପାଙ୍କର ଦଶାହ ଦିନ ଶୁଦ୍ଧିକ୍ରିୟା ହେବାର ଥିଲା ସେଥିପାଇଁ ବନ୍ଧୁ ପରିଜନ ପରିବାର ଲୋକେ ସମସ୍ତେ ଥିଲେ ବେଶ୍ ତତ୍ପର । ହେଲେ ଅଧାରେ ରହିଗଲା ମୃତ ବାପାଙ୍କ ଶୁଦ୍ଧିକ୍ରିୟା । ବାପାଙ୍କ ଦଶାହ ଦିନ ହିଁ ଚାଲିଗଲା ପୁଅର ଜୀବନ । ଏହି ଖବର ଶୁଣି ପୁରା ପରିବାର ପାଦ ତଳୁ ମାଟି ଖସିଗଲା । କଣ କରିବେ ତାଙ୍କୁ ଆଉ କିଛି ବୁଦ୍ଧି ଦିଶୁନଥାଏ । କାରଣ ଯୋଉ ପୁଅ ବାପ ଦଶାହର ସମସ୍ତ କର୍ମ କରିଥାଆନ୍ତା ସେ ଚାଲିଗଲା । କିଏ ତୁଲାଇବ ଦାୟିତ୍ବ ? ପୁରା ପରିବାର ମୁଣ୍ଡରେ ପଡ଼ିଛି ଚଡ଼କ ।ପେଟ ବିନ୍ଧୁଥିଲା ହସ୍ପିଟାଲ ଯାଇଥିଲେ ହେଲେ ଜୀବନ ଚାଲିଗଲା । ଏପରି ଅଚାନକ ମୃତ୍ୟୁ ଖବର ପାଇଁ ପୁରା ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ୍ ଅନ୍ତର୍ଗତ ଅତରଙ୍ଗ ଗାଁରେ ନଜରକୁ ଆସିଛି ଏଭଳି ଘଟଣା ।ଏ‌ହି ଗାଁର ପ୍ରାପ୍ତ ବୟସ୍କ ବ୍ୟକ୍ତି ଉଦୟ ଗୈ।ଡଙ୍କ ଗତ ୧୧ ତାରିଖ ଦିନ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ରେ ପୁଅ ରାଜେନ୍ଦ୍ର ଭାଙ୍ଗି ପଡ଼ିଥିଲା । ଏହାକୁ ନେଇ ପୁଅ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତଦେହ ଗାଁରେ ଆସି ପହଞ୍ଚିବା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ରାଜେନ୍ଦ୍ରଙ୍କର ତିନୋଟି ସନ୍ତାନ ଅଛନ୍ତି । ନିରୀହ ପିଲାଙ୍କ ମୁଣ୍ଡ ଉପରୁ ସବୁ ଦିନ ପାଇଁ ବାପାର ହାତ ଉଠିଗଲା । ବାପା ଛେଉଣ୍ଡ ହୋଇଗଲେ ୩ ପିଲା । କିଏ ଏମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିଦେବ । ଏଥିପାଇଁ ସରକାର କିଛି ସାହାଯ୍ୟ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।