
ଭଞ୍ଜନଗର ୨୧/୧୧(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଖଲାସିସାହି ରେଡ କ୍ରସ ରୋଡ଼ ରେ ଅଜଣା ଚାଳକ ଦ୍ରୁତ ଗତିରେ ବାଇକ ଚଳାଇବା ଦ୍ଵାରା ସି. ଆର ଗ୍ରାଫିକ୍ସ ମାଲିକ କୁନା ଗୌଡ଼ ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି। ଏହା ପରେ ଭଞ୍ଜନଗର ଥାନା ଏସ ଆଇ ସମୀର କୁମାର ସେଠି ଘଟଣା ସ୍ଥଳରେ ପହଞ୍ଚି ସାଧାରଣ ଜନତା ଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟିଥିଲା, ଲୋକମାନେ ଅଭିଯୋଗ କରିବା ପ୍ରକାରେ ଏହି ରାସ୍ତାରେ ସବୁବେଳେ ଲୋକମାନେ ଦ୍ରୁତ ଗତିରେ ଗାଡି ଚାଳନା କରୁଛନ୍ତି। ରାସ୍ତାରେ ସ୍ପିଡ ବ୍ରେକର ନିର୍ମାଣ କରାଯାଇ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି ।
ଘଟଣା ସ୍ଥଳରୁ ଆହତ କୁନାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି ।