ଦୀର୍ଘତମ ସମୟ ଧରି ଦାୟିତ୍ୱ ତୁଲାଇଥିବା ମୁଖ୍ୟମନ୍ତ୍ରୀ ତାଲିକାର ଅଷ୍ଟମ ସ୍ଥାନରେ ନୀତୀଶ, ପ୍ରଥମ ଓ ଦ୍ବିତୀୟରେ ପବନ ଏବଂ ନବୀନ

ଦେଶରେ ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିବା ନେତାଙ୍କ ମଧ୍ୟରେ ୧ ନମ୍ବରରେ ଅଛନ୍ତି ସିକିମର ପୱନ କୁମାର ଚାମଲିଂ। ସେ ୨୪ ବର୍ଷ ୧୭୧ ଦିନ ଧରି ମୁଖ୍ୟମନ୍ତ୍ରୀ ଥିଲେ। ୧୨ ଡିସେମ୍ବର ୧୯୯୪ ରୁ ୨୬ ମେ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ପୱନ ଚାମଲିଂ। ଦ୍ବିତୀୟରେ ଅଛନ୍ତି ଓଡ଼ିଶାର ନବୀନ ପଟ୍ଟନାୟକ । ୫ ମାର୍ଚ୍ଚ ୨୦୦୦ରୁ ୧୧ ଜୁନ୍ ୨୦୨୪, ଅର୍ଥାତ ୨୪ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ। ତୃତୀୟ ଅଛନ୍ତି ପଶ୍ଚିମବଙ୍ଗର ଜ୍ୟୋତି ବସୁ । ସେ ୨୩ ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଥିଲେ। ୨୧ ଜୁନ୍ ୧୯୭୭ରୁ ୫ ନଭେମ୍ବର ୨୦୦୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ଜ୍ୟୋତି ବସୁ। ଚତୁର୍ଥରେ ଅଛନ୍ତି ଅରୁଣାଚଳ ପ୍ରଦେଶର ଗେଗୋଙ୍ଗ ଆପାଙ୍ଗ। ସେ ୧୮ ଜାନୁଆରୀ ୧୯୮୦ ରୁ ୧୯ ଜାନୁଆରୀ ୧୯୯୯ ଏବଂ ୩ ଅଗଷ୍ଟ ୨୦୦୩ ରୁ ୯ ଏପ୍ରିଲ୍ ୨୦୦୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ ଥିଲା ୨୨ ବର୍ଷରୁ ଅଧିକ । ପଞ୍ଚମରେ ଅଛନ୍ତି ମିଜୋରାମର ଲାଲ ଥାନହ୍ୱାଲା। ସେ ମଧ୍ୟ ୨୨ ବର୍ଷରୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ୫ ମେ ୧୯୮୪ ରୁ ୨୧ ଅଗଷ୍ଟ ୧୯୮୬, ୨୪ ଜାନୁଆରୀ ୧୯୮୯ ରୁ ୩ ଡିସେମ୍ବର ୧୯୯୮ ଓ ୧ ଡିସେମ୍ବର ୨୦୦୮ରୁ ୧୫ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ଷଷ୍ଠରେ ଅଛନ୍ତି ହିମାଚଳ ପ୍ରଦେଶର ବୀରଭଦ୍ର ସିଂହ । ସେ ୨୧ ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୮ ଏପ୍ରିଲ୍ ୧୯୮୩ ରୁ ୫ ମାର୍ଚ୍ଚ ୧୯୯୦, ୩ ଡିସେମ୍ବର ୧୯୯୩ ରୁ ୨୪ ମାର୍ଚ୍ଚ ୧୯୯୮, ୬ ମାର୍ଚ୍ଚ ୨୦୦୩ ରୁ ୩୦ ଡିସେମ୍ବର ୨୦୦୭ ଓ ୨୫ ଡିସେମ୍ବର ୨୦୧୨ ରୁ ୨୭ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ବୀରଭଦ୍ର ସିଂ। ସପ୍ତମରେ ଅଛନ୍ତି ତ୍ରିପୁରାର ମାଣିକ ସରକାର । ସେ ୧୯ ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଥିଲେ। ୧୧ ମାର୍ଚ୍ଚ ୧୯୯୮ ରୁ ୯ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ମାଣିକ ସରକାର। ଅଷ୍ଟମରେ ଅଛନ୍ତି ବିହାରର ନୀତୀଶ କୁମାର । ୩ ମାର୍ଚ୍ଚ ୨୦୦୦ ରୁ ୧୧ ମାର୍ଚ୍ଚ ୨୦୦୦, ୨୪ ନଭେମ୍ବର ୨୦୦୫ ରୁ ୨୦ ମେ ୨୦୧୪ ଓ ୨୨ ଫେବ୍ରୁଆରୀ ୨୦୧୫ ରୁ ଆଜି ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ୧୯ ବର୍ଷରୁ ଅଧିକ ସମୟ ରହିଛି। ନବମ ସ୍ଥାନରେ ଅଛନ୍ତି ତାମିଲନାଡୁର ଏମ୍ କରୁଣାନିଧି । ୧୦ ଫେବ୍ରୁଆରୀ ୧୯୬୯ ରୁ ୩୧ ଜାନୁଆରୀ ୧୯୭୬, ୨୭ ଜାନୁଆରୀ ୧୯୮୯ ରୁ ୩୦ ଜାନୁଆରୀ ୧୯୯୧, ୧୩ ମେ ୧୯୯୬ ରୁ ୧୪ ମେ ୨୦୦୧ ଓ ୧୩ ମେ ୨୦୦୬ ରୁ ୧୬ ମେ ୨୦୧୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ୧୮ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିଲେ ଏମ କରୁଣାନିଧି। ଦସମରେ ଅଛନ୍ତି ପଞ୍ଜାବର ପ୍ରକାଶ ସିଂହ ବାଦଲ । ସେ ମଧ୍ୟ ୧୮ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଥିଲେ। ୨୭ ମାର୍ଚ୍ଚ ୧୯୭୦ ରୁ ୧୪ ଜୁନ୍ ୧୯୭୧, ୨୦ ଜୁନ୍ ୧୯୭୭ ରୁ ୧୭ ଫେବ୍ରୁଆରୀ ୧୯୮୦, ୧୨ ଫେବ୍ରୁଆରୀ ୧୯୯୭ ରୁ ୨୬ ଫେବ୍ରୁଆରୀ ୨୦୦୨ ଓ ୧ ମାର୍ଚ୍ଚ ୨୦୦୭ ରୁ ୧୬ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ପ୍ରକାଶ ସିଂ ବାଦଲ।..()ନୀତୀଶ ବର୍ତ୍ତମାନ ଦୀର୍ଘତମ ସମୟ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିଥିବା ନେତାଙ୍କ ଟପ୍ ୧୦ ତାଲିକାରେ ଅଛନ୍ତି। କେବଳ ସେତିକି ନୁହଁ, ମୁଖ୍ୟମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଥର ଶପଥ ନେବାରେ ଶୀର୍ଷରେ ଅଛନ୍ତି ନୀତୀଶ କୁମାର।