ଗୋବରା ରେ କୁରାଳ ପଞ୍ଚମୀ ଆୟୋଜିତ

ଭଂଜନଗର – ୨୬/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗୋବରା ଠାରେ, କୁରାଳ ସମାଜ ପକ୍ଷରୁ “କୁରାଳ ପଞ୍ଚମୀ ମହୋତ୍ସବ -୨୦୨୫” ଆୟୋଜିତ ହୋଇଯାଇଛି । ସାହି ମୁଖିଆ ମାନଙ୍କ ସମେତ, ସମସ୍ତ ପରିବାରର ପୁରୁଷ ଓ ମହିଳା ମାନେ ଏକାଠି ହୋଇ, ଏହି ଉତ୍ସବର ଆୟୋଜନ କରିଥିଲେ । ପାରମ୍ପରିକ ଝୋଟି ପକାଇ, କଳସ ଯାତ୍ରା, ଚକ୍ର ପୂଜା ଏବଂ ହୋମ ପୂଜା ଆୟୋଜନ କରି, ଈଷ୍ଟ ଦେବତା ଲକ୍ଷ୍ମୀ ନାରାୟଣଙ୍କ ପୂଜା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସମାଜସେବୀ ରାଧା ସ୍ବାମୀ ରାଜୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ, ଓଡ଼ିଆ ପରମ୍ପରାରେ କୁରାଳ ସମାଜର ଏଭଳି ମହୋତ୍ସବ, ଏକତା ଭାବ ସୃଷ୍ଟି କରିଛି ବୋଲି କହିଥିଲେ । ଏହା ସହ ସମାଜ ଗୃହ ନିର୍ମାଣ ପାଇଁ, ବିଧାୟକଙ୍କ ଦ୍ବାରା ପ୍ରଦତ୍ତ ସହାୟତା ରାଶି ଘୋଷଣା କରିଥିଲେ, ପ୍ରତିନିଧି ଶ୍ରୀ ନାୟକ । କାର୍ଯ୍ୟକ୍ରମ ଶେଷରେ ପକ୍ତିଂ ଭୋଜନରେ ସାହି ବାସିନ୍ଦା ସାମିଲ ହୋଇଥିଲେ । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ତାରା ବେହେରା, ଧୋବା ବେହେରା, ଗୋବର୍ଦ୍ଧନ ବେହେରା, ଗୋପୀ ବେହେରା , କୋକ ବେହେରା, ଛୁରିଆ ବେହେରା, ଟୁକନା ବେହେରା, ଅମର ବେହେରା ଏବଂ ଅଶୋକ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।